ସ୍ଥଳଭାଗ ଛୁଇଁବା ପରେ ପୁଣି ସମୁଦ୍ରକୁ ରିକର୍ଭ କରିପାରେ । ଶେଷ ମୁହୂର୍ତରେ ଦିଗ ବଦଳାଇଲା ବାତ୍ୟା I ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଇ ସାରିଥିବା ‘ଅସାନି’କୁ ନେଇ ପାଣିପାଗ ବିଭାଗ ଯେତେ ସବୁ ଆକଳନ କରିଥିଲା, ତାହା ଶେଷ ମୁହୂର୍ତରେ ବଦଳିଗଲା। ଦିଗ ବଦଳାଇ କିଛି ବାଟ ଆନ୍ଧ୍ର ମୁହାଁ ହେବା ସହିତ ଏହି ଭୀଷଣ ବାତ୍ୟା କାକିନାଡା ପାଖରେ ସାମାନ୍ୟ ସ୍ଥଳଭାଗ ପାଖକୁ ଯାଇ ପୁଣି ଦିଗ ପରିବର୍ତ୍ତନ କରିବ। ଫଳରେ ଓଡ଼ିଶା ପ୍ରତି ବିପଦ ଟଳିଯାଇଛି ଓ ଓଡ଼ିଶା ଉପକୂଳ ସହିତ ସମାନ୍ତରାଳ ଭାବେ ନୁହେଁ, ବରଂ ବହୁ ଦୂରରେ ଅତି ଦୁର୍ବଳ ଚେହେରା ନେଇ ବାତ୍ୟା ଆଗକୁ ବଢ଼ିବ।
ତେବେ ସମୁଦ୍ର ଭୀଷଣ ଅଶାନ୍ତ ରହିବ। ସେତେ ଅଧିକ ପବନ ବହିବନି ବୋଲି ସୂଚନା ଦେଇଛନ୍ତି ଏସଆରସି। ଅନ୍ୟପଟେ ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି।
ଆହୁରି ଅଧିକ ପାଣିପାଗ ବିଷୟରେ ଜାଣନ୍ତୁ...