କେବଳ ପୋଲ ସମସ୍ୟା ନୁହଁ ୫ଟି ଗାଁ କୁ ଏବେ ବି ନାହିଁ ଭଲ ରାସ୍ତା। ଦେବଗଡ଼ ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଥିବା ଗାଁ କୁ ସଂଯୋଗ ପାଇଁ ନାହିଁ ଭଲ ରାସ୍ତା। ବର୍ଷା ଦିନରେ ଲୋକେ ନାଳ ପାରି ହୋଇ ଯାତାୟାତ କରନ୍ତି।ଜିଲ୍ଲା ପ୍ରଶାସନ କୁ ବାରମ୍ବାର ଅଭିଯୋଗ କରିଥିଲେ ବି ଫଳ ଶୂନ। ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ୫ଖଣ୍ଡ ଗାଁର ଗ୍ରାମବାସୀ।ଭଲ ରାସ୍ତା ନିର୍ମାଣ ହୋଇନଥିବାରୁ ଲୋକମାନଙ୍କୁ ଅଧିକ ୧୦କିଲୋମିଟର ରାସ୍ତା ବୁଲି ଯିବାକୁ ପଡୁଛି।
କେବଳ ରାସ୍ତା ନୁହଁ ଗାଁରେ ମିଳୁନି ବିଶୁଦ୍ଧ ପାନୀୟ ଜଳ।ନଳକୂପ ଅଛି ହେଲେ ଏଥିରେ ଆସୁନି ପାଣି। ବସୁଧା ଯୋଜନାରେ ପାଣି ପାଇପି ପଡ଼ିଛି ହେଲେ ପାଣି ଆସୁ ନାହିଁ।ପଞ୍ଚୟରେ ନାହିଁ ସ୍ୱାସ୍ଥ୍ୟ କେନ୍ଦ୍ର। ମୌଳିକ ସୁବିଧା ରୁ ବଞ୍ଚିତ ଥିବା ଗାଁ ର ଅଧିବାସୀ ସରକାରଙ୍କ ପ୍ରତି ଥିବା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: