ଦେଶରେ ହ୍ରାସ ପାଇଛି ବେକାରୀ ସମସ୍ୟା . ପୂର୍ବ ରିପୋର୍ଟ ଅନୁଯାୟୀ ମାତ୍ର ବର୍ଷକରେ ଭାରତରେ ବେଶ ହ୍ରାସ ପାଇଛି ବେକାରୀ ସମସ୍ୟା. ସିଏମଆଇଇ ବା ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମିରେ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡିଛି. ଗତ ଅଗଷ୍ଟରେ ଏହା ୮.୧୦ % ଥିଲା , ଯାହା ସେପ୍ଟେମ୍ବରରେ ୭.୦୯ %କୁ ଖସି ଆସିଛି . ତେବେ ଯଦି ଦେଖାଯାଏ ତେବେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟ କ୍ଷେତ୍ରରେ ବେକାରୀ ସମସ୍ୟା ହ୍ରାସ ପାଇଛି. ଦୁର୍ବଳ ମୌସୁମୀ ବର୍ଷା ସତ୍ତ୍ବେ ଗ୍ରାମୀଣ କ୍ଷେତ୍ରରେ ବେକାରୀ ହାର କମ୍ ହୋଇଛି.
ତେବେ ସହରାଞ୍ଚଳରେ ଅଗଷ୍ଟରେ ୧୦.୦୯ % ତୁଳନାରେ ସେପ୍ଟେମ୍ବରରେ ୮.୯୪ % କୁ ଖସି ଆସିଛି. ଅନ୍ୟପକ୍ଷରେ ଗ୍ରାମୀଣ ବେକାରୀ ହାର ୭.୧୧% ରୁ ଖସି ୬.୨୦ % ହ୍ରାସ ପାଇଛି. ଭାରତରେ ପାର୍ବଣ ରତୁ ପୂର୍ବରୁ ସହରୀ ବେକାରୀ ହାରରେ ହ୍ରାସ ଦେଖିବାକୁ ମିଳିଛି.
ଅଧିକ ପଢନ୍ତୁ ଭାରତ ଖବର
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନିଯୁକ୍ତି ଅଭିଯାନ ଜରିଆରେ ଦେଶର ବେକାରୀ ହାରରେ ହ୍ରାସ ଘଟିଥିବା ସିଏମଆଇଇ ଏହାର ରିପୋର୍ଟରେ ଉଲ୍ଲେଖ କରିଛି. ଗତମାସ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ନିଯୁକ୍ତି ଅଭିଯାନ ରୋଜଗାର ମେଳା ଅନ୍ତର୍ଗତ ୫୧,୦୦୦ ଲୋକଙ୍କୁ ନିସୁକ୍ତିପତ୍ର ବାଣ୍ଟିଥିଲେ. ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଅନ୍ତର୍ଗତ ହଜାର ହଜାର ଯୁବକଯୁବତୀ ନିଯୁକ୍ତିପତ୍ର ବାଣ୍ଟିଛନ୍ତି. ତେବେ ଭାରତରେ ପାର୍ବଣ ଋତୁ ପୁର୍ବରୁ ସହରୀ ବେକାରୀ ସମସ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳିଛି.