ଗାଁ ରେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ନାହଁ l କେତେବେଳେ ପାହାଡିଆ ଝରଣା ପାଣି ତ କେତେବେଳେ ଚୁଆ ପାଣି ହିଁ ଏମାନଙ୍କ ଶୋଷ ମୋଣ୍ଟାଉଛି । ମାତ୍ର ଏଥିପାଇଁବି ମାଇଲମାଇଲ ବାଟ ଚାଲିବାକୁ ପଡୁଛି।ଗାଁରେ ଅଙ୍ଗନୱାଡି କେନ୍ଦ୍ର ଅଛି ମାତ୍ର ଗୃହ ନଥିବାରୁ ତାହା ସଠିକ ପରିଚାଳିତ ହୋଇପାରିନି । ଫଳରେ ଗାଁର କୁନି କୁନି ଶିଶୁ ମାନେ ପୃଷ୍ଟିକର ଖାଦ୍ୟ ଠାରୁ ବଞ୍ଚିତ ହୋଇ ରହିଛନ୍ତି l ଗାଁରେ ଥିବା ଗୋଟିଏ ପୁରୁଣା ଘରେ ଚାଲୁଛି ସ୍କୁଲ । ମାତ୍ର ଗାଁରେ ପରଜା ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ତେଣୁ ସ୍କୁଲ ପାଠ ପଢାରେବି ଭାଷା ଗତ ସମସ୍ୟା ଉପୁଜୁଛି l
ଏତିରେ ସରିନି ଗାଁର ସମସ୍ୟା। ସରକାଙ୍କ ଆଭାସ ଯୋଜନା ରେ କିଛି ପରିବାର ଘର ପାଇଥିବା ବେଳେ ଅଧିକାଂଶ ପରିବାର ଘର ପାଇ ନାହାନ୍ତି। ଆଜିବି କ୍ଚ୍ଚା ଘର ଉପରେ ଖପର ଜରିପାଲ ଘୋଡାଇ ରହୁଛନ୍ତି ଅଞ୍ଚଳବାସୀ। ଗାଁକୁ ହଇ ପାରିନି ବିଦ୍ୟୁତ ସଂଯୋଗ। ବର୍ଷ ବର୍ଷ ଧରି ଅନ୍ଧାର ରେ ରହିଆସୁଥିବା ଏହି ଗ୍ରାମବାସୀଙ୍କ ପାଇଁ ସୋଲାର ସେଲ ମାଧ୍ୟମ ଗାଁର ସମସ୍ତ ଘର କୁ ଆଲୋକ ର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସେ ବି ଅଚଳ। ବର୍ଷ ବର୍ଷ ଧରି କୌଣସି ସରକାରୀ ବାବୁଙ୍କର ପାଦ ଗାଁ ରେ ପଡୁନି । ସମସ୍ୟାକୁ ନେଇ ପ୍ରଶାସନ ଓ ରାଜ ନେତାଙ୍କୁ ବାରମ୍ବାର ଗୁହାରି କଲେ ବି କେହି ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: