ମୃତ ଯୁବତୀ ଜଣକ ଏଲଆଇସି ଏଜେଣ୍ଟ ଭାବେ କାମ କରୁଥିଲେ। ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି ନା କେହି ତଣ୍ଟିଚିପି ରେଳଧାରଣାରେ ଶୁଆଇ ଦେଇଥିଲେ। ତାହାକୁ ନେଇ ଅଧିକ ତଦନ୍ତ କଲେ ଜଣାପଡିବ ମୃତ୍ୟୁର କାରଣ ହତ୍ୟା ନା ଆତ୍ମହତ୍ୟା।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ବଲାଙ୍ଗୀର: ସ୍ଥାନୀୟ ଖୁଜେନପାଲି ନିକଟ ଦେଇ ଯାଇଥିବା ରେଳ ଧାରଣାରେ ଜଣେ ଯୁବତୀଙ୍କ କଟା ମୁଣ୍ଡ ଓ ଦେହ ଉଦ୍ଧାର ହୋଇଛି । ତେବେ ମୃତ ଯୁବତୀ ଜଣକ ବଲାଙ୍ଗିର ସହରର ସାରିକା ସାଏ ବୋଲି ଜଣାପଡିଛି । ନିଜ କାର୍ରେ ଆସି ସେ ଆତ୍ମହତ୍ୟା କରିଥିବା ନେଇ ଆଲୋଚନା ହେଉଥିବା ବେଳେ ବଲାଙ୍ଗିର ଆର୍ପିଏଫ୍ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି।
ମୃତ ଯୁବତୀ ଜଣକ ଏଲଆଇସି ଏଜେଣ୍ଟ ଭାବେ କାମ କରୁଥିଲେ। ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି ନା କେହି ତଣ୍ଟିଚିପି ରେଳଧାରଣାରେ ଶୁଆଇ ଦେଇଥିଲେ। ତାହାକୁ ନେଇ ଅଧିକ ତଦନ୍ତ କଲେ ଜଣାପଡିବ ମୃତ୍ୟୁର କାରଣ ହତ୍ୟା ନା ଆତ୍ମହତ୍ୟା।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବାପା-ପୁଅ । ଅବସରପ୍ରାପ୍ତ ବନ ବିଭାଗ ରେଞ୍ଜର ଜଗବନ୍ଧୁ ପାଢ଼ୀ ଓ ପୁଅ ଭୁବନେଶ୍ବର RWSSର ଜୁନିଅର ଇଞ୍ଜିନିୟର ସୁନୀଲ ପାଢ଼ୀଙ୍କ ଘରେ ଭିଜିଲାନ୍ସ ରେଡ୍ । ୫ଟି ସ୍ଥାନରେ ଏକକାଳୀନ ରେଡ୍ । ଆଜି ସକାଳେ ଭିଜିଲାନ୍ସ ଟିମ୍ ସୁନୀଲଙ୍କ ଘର କବାଟ ନକ୍ କଲା ବେଳେ, ବାଲକୋନିକୁ ଯାଇ ସାଇଡ୍ ବିଲଡିଂକୁ ଡେଇଁ ପଳାଇଥିଲେ ଇଂଜିନୟର ସୁନୀଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ ।
ଅଧିକ ପଢନ୍ତୁ : ଅବସରପ୍ରାପ୍ତ ବନ ବିଭାଗ ରେଞ୍ଜର ଜଗବନ୍ଧୁ ପାଢ଼ୀଙ୍କ ବାସଭବନରେ ଚଢାଉ
ଜୁନିଅର ଇଂଜିନିୟର ସୁନୀଲ କୁମାର ପାଢ଼ୀଙ୍କ ଯାଗମରାରେ ଥିବା ପାଢ଼ୀ ଭିଲା ସମେତ ଭୁବନେଶ୍ବର RWSS ଅଫିସ, ଆସ୍କାର ପୈତୃକ ଘରେ ଚାଲିଛି ରେଡ୍ । ସେପଟେ ସୁନାମସାହି ଓ ଆସିକା ବସ୍ଷ୍ଟାଣ୍ଡ ନିକଟରେ ଭିଜିଲାନ୍ସର ଦୁଇଟି ଟିମର ଚଢ଼ାଉ କରିଛି । ସାହିରେ ଥିବା ଜଗବନ୍ଧୁଙ୍କ ଘରେ ଚଢ଼ାଉ ହେଉଛି । ଜଗବନ୍ଧୁ ଜଣେ ରିଟାର୍ଡ ରେଞ୍ଜର ହୋଇଥିବା ବେଳେ କଟକ ଓ ବ୍ରହ୍ମପୁର ଭିଜିଲାନ୍ସର ଗୋଟିଏ 10 ଜଣିଆ ଟିମ ଦୁଇଟି ଭାଗରେ ବିଭକ୍ତ ହୋଇ ମିଳିତ ଚଢ଼ାଉ କରୁଥିବା ଜଣା ପଡ଼ିଛି । ଚଢାଉରେ 6 ଜଣ DSP, 3 ଜଣ ଇନସପେକ୍ଟର, 7 ଜଣ ASI ସାମିଲ ହୋଇଛନ୍ତି ।
ବଲାଙ୍ଗିର: ବାହାର ରାଜ୍ୟ ହାଇଦ୍ରାବାଦକୁ ଚାଲାଣ ବେଳେ ୮ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ । ଉଦ୍ଧାର ଶ୍ରମିକ ମାନେ ହେଉଛନ୍ତି ନୂଆପଡା ଜିଲ୍ଲା ସିନାପାଲି ଓ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳ ର ବୋଲି ଜଣାପଡିଛି ।
ଏକ ଟାଟା ମ୍ୟାଜିକ ଗାଡିରେ ୨ ଦଲାଲ ଚନ୍ଦ୍ରିକା ମାଝୀ ଓ ଯଦୁମଣି ଚଳାନ କଣ୍ଟାବାଞ୍ଜି ଷ୍ଟେସନକୁ ନେଇ ଯାଉଥିବା ବେଳେ ବଙ୍ଗୋମୁଣ୍ଡା ରୁ ଏକ ଛକ ରୁ ଉଦ୍ଧାର କରିଥିଲା । ଏ ନେଇ ବଙ୍ଗୋମୁଣ୍ଡା ଥାନା ରେ ଏକ ମାମଲା ରୁଜୁ କରି ୨ ଦଲାଲ ଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ବଙ୍ଗୋମୁଣ୍ଡା ପୋଲିସ । ତେବେ ଦିନ କୁ ଦିନ ବଙ୍ଗୋମୁଣ୍ଡା ଅଞ୍ଚଳ ରେ ଦାଦନ ଚାଲାଣ ର ବୃଦ୍ଧି ପାଉଛି । ରାଜ୍ୟ ସରକାର ଲୋକ ଙ୍କୁ କାମ ଯୋଗାଇ ରେ ବିଫଳ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ବନ ବିଭାଗ ରେଞ୍ଜର୍ ଜଗବନ୍ଧୁ ପାଢୀ। ବାସଭବନରେ କଟକ, ବ୍ରହ୍ମପୁର ଭିଜିଲାନ୍ସର ମିଳିତ ଚଢ଼ାଉ । ଅବସର ପ୍ରାପ୍ତ ବନ ବିଭାଗ ରେଞ୍ଜର ଜଗବନ୍ଧୁ ପାଢ଼ୀଙ୍କ ବାସଭବନରେ କଟକ, ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ। ସୁନାମସାହି ଓ ଆସିକା ବସଷ୍ଟାଣ୍ଡରେ ଭିଜିଲାନ୍ସର ଦୁଇଟି ଟିମର ଚଢ଼ାଉ ।
ସାହିର ଜଗବନ୍ଧୁ ପାଢ଼ୀ ଘରେ ଚଢ଼ାଉ ହେଉଥିବା ସୂଚନା। ଜଗବନ୍ଧୁ ଜଣେ ରିଟାର୍ଡ ରେଞ୍ଜର ହୋଇଥିବା ବେଳେ କଟକ ଓ ବ୍ରହ୍ମପୁର ଭିଜିଲାନ୍ସର ଗୋଟିଏ 10 ଜଣିଆ ଟିମ ଦୁଇଟି ଭାଗରେ ବିଭକ୍ତ ହୋଇ ମିଳିତ ଚଢ଼ାଉ କରୁଥିବା ଜଣା ପଡ଼ିଛି। ହେଲେ ଚଢ଼ାଉ ର ପ୍ରକୃତ କାରଣ ଜଣା ପଡ଼ିନଥିବା ବେଳେ ଆୟ ବହିର୍ଭୁତ ସମ୍ପତି ଅଭିଯୋଗ ରେ ପୂର୍ବରୁ ଜଗବନ୍ଧୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର