ବାହାର ରାଜ୍ୟର ମିସ୍ତ୍ରୀ, ଠିକାଦାର, ଶ୍ରମିକ ମାନଙ୍କୁ ନୂଆପଡାରେ ନିଷେଧ କରିବା ସହ ଜିଲ୍ଲାର ଶ୍ରମିକ ମାନଙ୍କୁ ଅଗ୍ରାଧିକାର ଦିଆଯାଉ । ତା ସହିତ ଦଶ ବର୍ଷରେ ନିଖୋଜ ହୋଇଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ସହ ନିଖୋଜ ପରିବାର ଏବଂ ନିର୍ଯ୍ୟାତିତ ପରିବାର କୁ ଦଶ ଲକ୍ଷ ଟଙ୍କାର ସହାୟତା ଦିଆଯାଉ ବୋଲି ଦାବି କରିଛି ଜିଲ୍ଲା ଶ୍ରମିକ ନିର୍ମାଣ ସଂଘ ।
ସେହିପରି ଶ୍ରମ କାର୍ଯ୍ୟାଳୟରେ ପ୍ରଦାନ କରାଯାଉଥିବା ଘର,ସାଇକେଲ, ବିବାହ ସହାୟତା,ମୃତ୍ୟୁ ସହାୟତା ରାଶି, ଷ୍ଟାଇପେଣ୍ଡ କୁ ଠିକ୍ ସମୟରେ ଦିଆଯିବା ସହ ଠିକ ସମୟରେ ତାଲିମ ଦିଆଯାଉ । ଏହିପରି ଛଅ ଦଫା ଦାବି ନେଇ ଆଜି ଜିଲ୍ଲାପାଳ ଅଫିସ୍ ଘେରିଛି । ଆଗକୁ ଠିକ୍ ସମୟରେ ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ ନକଲେ ଭୟାବହ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।