ମାମଲାରେ ମାଷ୍ଟର ନାୟକ ପଶା ଦାସ, ସାଜନ ଦାସ ଓ ତାଙ୍କର 15ଜଣ ସହଯୋଗୀଙ୍କ ନାମରେ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିଭୁଙ୍କ ପରିବାର ଲୋକ । କିନ୍ତୁ ପୋଲିସର ଖାମଖିଆଲି ମନୋଭାବ ଯୋଗୁ ଅପରାଧୀ ଜିଲ୍ଲା ବାହାରକୁ ଚାଲିଯିବାକୁ ସୁଯୋଗ ପାଇଥିବା କହିଛନ୍ତି ମୃତ ବିଭୁଙ୍କ ପତ୍ନୀ । ଫଟୋଗ୍ରାଫରରୁ ଅପରାଧ ଗ୍ୟାଙ୍ଗରେ ସାମଲ ଓ ପରେ ଗ୍ୟାଙ୍ଗଷ୍ଟର ସୁଲେମାନର ମୃତ୍ୟୁ ପରେ ଗ୍ୟାଙ୍ଗ ଲିଡର ବନିଥିଲା ବିଭୁ ।
ପାରାଦୀପର ବିଭିନ୍ନ ଶ୍ରମିକ ସଂଗଠନ ସମେତ ଶାସକ ଦଳର କିଛି ରାଜନେତାଙ୍କ ସହ ସାମିଲ ହୋଇ ଛୋଟ ବଡ଼ କମ୍ପାନିଠାରୁ ବଟି ଆଦାୟ କରିବା ସହ ଟେଣ୍ଡର ଫିକ୍ସଙ୍ଗ କରି କୋଟି କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଥିଲା ଗ୍ୟାଙ୍ଗଷ୍ଟର । ଉଭୟ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ପୋଲିସ ପାଇଁ ପାଲଟିଥିଲା ମୋଷ୍ଟ ୱାଣ୍ଟେଡ । ଏବେ ଚକମା ଦେଇ ନୂଆ ଗ୍ୟାଙ୍ଗ, ବିଭୁ ସାହୁକୁ ରାସ୍ତାରୁ ହଟାଇବାରେ ସଫଳ ହୋଇଛି । ଜିଲ୍ଲାରେ ଆତଙ୍କରାଜକୁ ନେଇ ପୋଲିସର ଅପାରଗତା ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ ଦାସ ଓ ଦଳିତ ନେତା ନଗେନ୍ଦ୍ର ଜେନା ।
ସନ୍ଦେହରେ ମାର୍ଶାଘାଇ ଓ ପାଟକୁରା ଥାନା ଅଞ୍ଚଳରୁ 12ଜଣ ଯୁବକଙ୍କୁ 4ଦିନ ହେବ ଅଟକ ରଖି ମାରାଥନ ଜେରା କରୁଥିଲେ ସଫଳ ହୋଇପାରିନି ପୋଲିସ । ଜିଲ୍ଲାରେ ସକ୍ରିୟ ଅପରାଧ ଗ୍ୟାଙ୍ଗକୁ ନେଇ ମାର୍ଶାଘାଇ ଓ ପାଟକୁରା ଥାନା ଅଂଚଳରେ ଆତଙ୍କିତ ହୋଇ ପଡିଛନ୍ତି ଜନତା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: