ଅର୍ଗସ ବ୍ୟୁରୋ: ଆମେ ଅନେକ ଥର ଭରପୁର ଖାଇବା ଖାଇଥାଉ, ହେଲେ ବି ଆମେ ନିଜକୁ କମଜୋର୍ ଅନୁଭବ କରୁ । କାରଣ ଫିଟ୍ ରହିବା ପାଇଁ ଶରୀରକୁ ଦରକାର ପ୍ରୋଟିନ୍ । କାମ ବ୍ୟସ୍ତତା ମଧ୍ୟରେ ଆମେ ଅନେକ ଥର ନିଜ ଖାଇବା ପିଇବାର ଧ୍ୟାନ ରଖି ପାରେ ନାହିଁ । ଆଉ କିଛି ନ ବୁଝି ସୁଝି unhealthy ଖାଇବା ଗୁଡା ଖାଇଥାଉ । ଯାହା ଫଳରେ ଶରୀରେ ପ୍ରୋଟିନ୍ ର ମାତ୍ରା ଖୁବ କମିଯାଏ । ଆଉ ଆମକୁ କମଜୋର୍ ଲାଗେ । ଶରୀରରେ ପ୍ରୋଟିନ୍ ର ମାତ୍ରା ସଠିକ୍ ରଖିବା ପାଇଁ ଆମେ କିଛି ପରିବା ମଧ୍ୟ ଆମ ଖାଇବାରେ ଆଡ୍ କରିପାରିବା । ଯେଉଁଥିରୁ ଆମକୁ ଭରପୁର୍ ପ୍ରୋଟିନ୍ ମିଳିବ ।
ଗୋଟିଏ ଦିନରେ କେତେ ପ୍ରୋଟିନ୍ ଖାଇବା ଆବଶ୍ୟକ ?
ଆମ ଶରୀରକୁ ଗୋଟିଏ ଦିନରେ କେତେ ପ୍ରୋଟିନ୍ ଖାଇବା ଆବଶ୍ୟକ ? ଏହା କିଛି କଥା ଉପରେ ନିର୍ଭର କରେ । ଯେମିତି କି ଆପଣଙ୍କ ଓଜନ ଓ ଆପଣଙ୍କ ବୟସ । ପୁରୁଷଙ୍କ ପ୍ରତି କିଲୋଗ୍ରାମ୍ ଓଜନରେ 0.84 ଗ୍ରାମ୍ ପ୍ରୋଟିନ ନେବା ଉଚିତ୍ । ସେହିପରି ମହିଳାଙ୍କ କ୍ଷେତ୍ରରେ ପ୍ରତି କିଲୋଗ୍ରାମ୍ ଓଜନରେ 0.75 ଗ୍ରାମ୍ ପ୍ରୋଟିନ୍ ନେବା ଉଚିତ୍ ।
ବ୍ରୁସେଲସ୍ ସ୍ପ୍ରାଉଟ୍ , ପାଳକ ଶାଗ, ବ୍ରୋକୋଲି, ମଟର, ଡାଲି ଆଦି ଖାଇଲେ ଏଥିରେ ପୋଷକ ତତ୍ତ୍ୱ, ଭିଟାମିନ୍, ଖଣିଜ ପଦାର୍ଥ ଓ ପ୍ରୋଟିନ୍ ଭରପୁର ମାତ୍ରାରେ ମିଳିବ ।
ବ୍ରୁସେଲସ୍ ସ୍ପ୍ରାଉଟ୍
ବ୍ରୁସେଲସ୍ ସ୍ପ୍ରାଉଟ୍ ରେ ପ୍ରତି କପ୍ ରେ 3 ଗ୍ରାମ୍ ପାଖାପାଖି ପ୍ରୋଟିନ୍ ମିଳିଥାଏ । ଏଥିରେ ଆଣ୍ଟିଅକ୍ଟିଡାଣ୍ଟ ଓ ଭିଟାମିନ୍ ସି ମଧ୍ୟ ମିଳିଥାଏ । ବ୍ରୁସେଲସ୍ ସ୍ପ୍ରାଉଟ୍ ସେବନ କରିବା ଦ୍ୱାରା ଆପଣଙ୍କୁ ଭଲ ପ୍ରୋଟିନ୍ ମିଳିବ ।
ପାଳଙ୍ଗ
ରୋଷେଇ ହୋଇଥିବା ପାଳଙ୍ଗ ଶାଗରେ ଭରପୁର ମାତ୍ରାରେ ପ୍ରୋଟିନ ମିଳିଥାଏ । ପାଳଙ୍ଗରେ ଭିଟାମିନ୍, ଆଣ୍ଟିଅକ୍ସିଡାଣ୍ଟ , ଭିଟାମିନ୍ ଏ ଥାଏ । ପାଳଙ୍ଗରେ ଆପଣ ସୁପ୍, ପାସ୍ତା, ସ୍ମୁଦି ଆଦି ବନେଇ ଖାଇ ପାରିବେ ।
ବ୍ରୋକୋଲି
ବ୍ରୋକୋଲି ପ୍ରତି କପ୍ ପିଛା 4 ଗ୍ରାମ୍ ପ୍ରୋଟିନ୍ ମିଳିବ । ପୋଷ୍ଟିକ ଆହରର ଏହା ପାୱାର ହାଉସ୍ । ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ, ଭିଟାମିନ୍ ସି, ଫାଇବର୍ ରହିଛି ।
ମଟର
ଡାଏଟିସିଆନଙ୍କ ଅନୁଯାୟୀ ଏକ କପ୍ ଡାଲିରେ ପ୍ରାୟ 18 ଗ୍ରାମ୍ ପ୍ରୋଟିନ୍ ରହିଛି । ଏଥିରେ ଭରପୁର ମାତ୍ରାରେ ଫାଇବର୍, ଆଇରନ, ମିଳିଥାଏ । ଆପଣ ଏହାକୁ ସୁପ୍, ଷ୍ଟ୍ୟୁ , ସାଲାଡ୍ ଆକାରରେ ଖାଇ ପାରିବେ ।