ଗତ ଶୁକ୍ରବାର ଦିନ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବ୍ଲାକମେଲିଂ ଅଭିଯୋଗରେ ମହମ୍ମଦ ସମୀର ମନସୁରଙ୍କୁ ଗିରଫ କରିଥିଲା ମହିଳା ଥାନା ପୋଲିସ । ଫ୍ରି ଫାୟାର ଗେମ ଖେଳୁଖେଳୁ ଯୁବତୀଙ୍କ ସହ ସମ୍ପର୍କ ହୋଇଥିଲା । ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଯୁବତୀଙ୍କ ବିଶ୍ୱାସ ଭାଜନ ହୋଇଥିଲା ସମୀର । ପରେ କାଶ୍ମୀରରୁ ଓଡିଶା ଆସିଥିଲା । ଯୁବତୀଙ୍କୁ ପୁରୀ ବୁଲେଇବାକୁ ନେଇ ହୋଟେଲରେ ରହିଥିଲା । ସମୀର ଯୁବତୀଙ୍କ ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ସହ ଭିଡିଓ ସୁଟ କରିଥିଲା । ପରବର୍ତ୍ତୀ ସମୟରେ ସେହି ଭିଡ଼ିଓ ଓ ଫୋଟୋ ଯୁବତୀଙ୍କ ପରିବାର ଲୋକଙ୍କୁ ପଠାଇ ବ୍ଲାକମେଲ କରିବା ସହ ଟଙ୍କା ନେଇଥିଲା ।
ସେପଟେ ଏ ମାମଲାକୁ ଗୁରୁତର ସହ ନେଇଛି କମିସନରେଟ ପୋଲିସ । ଅନଲାଇନ ସମ୍ପର୍କ ଠାରୁ ଦୁରେଇ ରହିବାକୁ ସଚେତନ କରିଛନ୍ତି ପୋଲିସ କମିସନର । ଜଦି କେହି ଏହି ଅଭିଯୁକ୍ତ ଦ୍ୱାରା ଠକେଇ ସହ ବ୍ଲାକମେଲିଙ୍ଗ ର ଶିକାର ହୋଇଥାନ୍ତି ତେବେ ଥାନାରେ ଅଭିଯୋଗ କରିବାକୁ ପୋଲିସ ଅପିଲ କରିଛି ।