ନନ୍ଦିନୀଙ୍କ ବିବାହ ଦାରିଙ୍ଗବାଡି ଅଞ୍ଚଳର ବିନୋଦଙ୍କ ସହ ହୋଇଥିବାବେଳେ କରୁଣା ଜି ଉଦୟଗିରିର ସ୍ବପ୍ନେଶ୍ବରଙ୍କୁ ପାଇଛନ୍ତି ସ୍ବାମୀ ହିସାବରେ। ବିବାହ ଉତ୍ସବରେ କନ୍ୟା ଏବଂ ବର ପକ୍ଷର ପରିବାର ଲୋକେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଉଭୟଙ୍କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି ।
ଦିନେ ଜଙ୍ଗଲରେ ଦିନ ରାତି ଘୁରି ବୁଲୁଥିଲେ...ଲାଲ ଝଣ୍ଡା ଧରି ସମାଜରେ ଆତଙ୍କ ଖେଳାଉଥିଲେ । ଭୟର ଆତଙ୍କ ନୁହେଁ ପ୍ରେମ ଓ ଭଲପାଇବା ଜରିଆରେ ମଣିଷ ହୃଦୟ ଜୟ କରାଯାଇପାରେ ବୋଲି ବୁଝିବା ପରେ ମାଓ ସଙ୍ଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ।
ଜିଲ୍ଲାପାଳ ତଥା ଜିଲ୍ଲା ପୁଲିସର ଅଧିକାରୀମାନଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜିଲ୍ଲା ପୁଲିସ ତରଫରୁ ଏହି ଉପଲକ୍ଷେ ଏକ ପ୍ରିତି ଭୋଜନର ମଧ୍ୟ ଆୟୋଜନ କରାଯାଇଥିଲା । ରାଜ୍ୟ ସରକାର ଓ ଜିଲ୍ଲା ପୁଲିସକୁ କୃତଜ୍ଞତା ଜ୍ଞାପନ କରିବା ସହ ଅନ୍ୟ ମାଓବାଦୀଙ୍କୁ ହିଂସାର ମାର୍ଗ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସରକାରଙ୍କ ଦ୍ବାରା ଘୋଷିତ ଆକର୍ଷଣୀୟ ପ୍ୟାକେଜର ସୁଯୋଗ ନେବା ପାଇଁ ସେମାନେ ଏହି ଅବସରରେ ଆହ୍ବାନ ଦେଇଛନ୍ତି ।
ତୁମୁଡିବନ୍ଧ ଥାନା ସିର୍ଲା ପଞ୍ଚାୟତ ଗୁଡ୍ରି ଗ୍ରାମର ସ୍ବପ୍ନିତା ପାଟମାଝୀ ଓରଫ ନନ୍ଦିନୀ ୨୦୧୮ମସିହାରେ ମାଓ ସଂଗଠନରେ ଯୋଗ ଦେଇଥିଲେ। ପ୍ରାୟ ଦେଢ ବର୍ଷ ପରେ ୨୦୧୯ ମସିହାରେ ସେ କନ୍ଧମାଳ ପୁଲିସ ପାଖରେ ଆତ୍ମସମର୍ପଣ କରିଥିଲେ।
ସେହିଭଳି ଛତିଶଗଡ଼ କାଙ୍କେର ଜିଲ୍ଲା ଦୁରକାଣ୍ଡାଲ ଥାନା ଅନ୍ତର୍ଗତ ଗୁମୁଡି ଗ୍ରାମର ଫୁଲବତୀ ଉଷେଣ୍ଡି ଓରଫ କରୁଣା ୨୦୦୮ମସିହାରୁ ଲାଲବାହିନୀରେ ସାମିଲ ହୋଇ ୨୦୨୧ ପର୍ଯ୍ୟନ୍ତ କାମ କରିଥିଲେ। ସେ ୨୦୨୧ରେ ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।
ସରକାରଙ୍କ ଯୋଜନା ମୁତାବକ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ସହ ଆତ୍ମନିର୍ଭର ହେବା ପାଇଁ ସିଲେଇ ତାଲିମ ଦିଆଯାଇଛି । ଏହି ବିବାହ ସମ୍ପୂର୍ଣ୍ଣ ରୂପେ ଉଭୟ ପକ୍ଷଙ୍କ ସହମତିରେ ହୋଇଥିବା କହିଛନ୍ତି ଏସପି ଅଗ୍ରଓ୍ବାଲ ସେହିପରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ମଧ୍ଯ ଅନ୍ୟମାନ ଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବା କୁ ପରାମର୍ଶ ଦେଇଛନ୍ତି ।
ଓଡିଶା ଖବର ଆହୁରି ପଢନ୍ତୁ