ବିଭାଗ ପକ୍ଷରୁ ବହୁବାର ଚିଠି ପରେ ମଧ୍ୟ ଠିକାଦାର ବିଭିନ୍ନ ଆଳ ଦେଖାଇ ଚତୁରତାର ସହ ସମୟ ଗଡାଇ ଚାଲିଛନ୍ତି। ନଦୀର ଗୋଟିଏ ପଟେ ଗାଁ ଅନ୍ୟପଟେ ଚାଷ ଜମି ରହିଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନଦୀ ଦେଇ ନଗଲେ ୧୫ କିଲୋମିଟର ବୁଲିବାକୁ ପଡୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ବାଲିପାଳରୁ ନରସିଂହପୁର, ତିନିଦେଶ ଦେଇ ପଡୋଶୀ ମୟୁରଭଞ୍ଜକୁ ଜିଲ୍ଲାକୁ ସଂଯୋଗ ଓ ରାସ୍ତାର ଦୂରତା କମାଇବା ପାଇଁ ସୋନ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୩ ମସିହାରେ 10କୋଟି 90 ଲକ୍ଷ୍ୟ 54ହଜାର 327 ଟଙ୍କା ମଞ୍ଜୁର ହୋଇଥିଲା। ୨୦୧୪ରୁ ନିର୍ମାଣ ଆରମ୍ଭ ହୋଇଥିଲେ ବି ଏବେସୁଦ୍ଧା ସରୁନାହିଁ।
୨ ବର୍ଷ ହେବ ନିର୍ମାଣ ସରିଥିଲେ ବି ଗୋଟେ ପାଖ ରାସ୍ତା ହୋଇନଥିବାରୁ କାମରେ ଆସୁନି ବ୍ରିଜ । ଫଳରେ ଲୋକେ ଜୀବନକୁ ବାଜିରେ ଲଗାଇ ପ୍ରତିଦିନ ଯାଆସ କରୁଛନ୍ତି। ଅନେକ ଲୋକ ବି ସିଡିରୁ ପଡି ଖଣ୍ଡିଆ ଖାବରା ହେଲେଣି। ଜମି ଅଧିଗ୍ରହଣ ହେଲାନି, କାମରେ ବି ଆସୁନି ବ୍ରିଜ । ବଡ ପ୍ରଶ୍ନ, ବିଜୁ ସେତୁ କାହା ପାଇଁ ? କାହିଁକି ହନ୍ତସନ୍ତ ହେଉଛନ୍ତି ହଜାର ହଜାର ଲୋକ ?