ଆସନ୍ତାକାଲି ଏହି ଗୌରବମୟ ଅବସରରେ ଭୁବେଶ୍ବର ଏମ୍ସ ଡାକ୍ତରଖାନାର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଓ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦୁଇ ଘଣ୍ଟାର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଛାତ୍ର ଛାତ୍ରୀଙ୍କ ଉଦବୋଧନ ଦେବା ସହ ପୂରର୍ଷ୍କାର ବିତରଣ କାର୍ଯ୍ୟକ୍ରମ ରହିଛି।
ଆସନ୍ତା ଡ଼ିସେମ୍ବର ୧୬ ତାରିଖ ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ରପତି ଭବନରୁ ଅନୁମତି କୁ ଅପେକ୍ଷା ରହିଥିବା କୁଲପତି ଆୟୋଜିତ ସମ୍ବାଦିକ ସମ୍ମିଳନୀ ରେ କହିଛନ୍ତି।