ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳ ୧୦ ନଂ ୱାର୍ଡ଼ରେ ଅଭାବନୀୟ ପରିସ୍ଥିତି । ରାତି ଅଧରେ ହଠାତ୍ ପାଣି ପାଇପ୍ ଲାଇନ ଫାଟି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବେଗରେ ପାଣି ନିର୍ଗତ ହୋଇ ଲୋକଙ୍କ ଘରେ ପଶିଛି ପାଣି । ବିଭିନ୍ନ ପଞ୍ଚାୟତକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମୀଣ ଜଳ ଯୋଗାଣ ବିଭାଗ ଦ୍ଵାରା ଗୁରୁବେଡ଼ା ଠାରୁ ଯେଉଁ ପାଇପ୍ ଲାଇନ୍ ଯାଇଛି ତାହା ଫାଟିବା କାରଣରୁ ଏଭଳି ପରିସ୍ଥିତି ଦେଖାଦେଇଥିଲା । ଗତ ରାତି ପ୍ରାୟ ଗୋଟାଏ ସମୟରେ ହନୁମାନ ହଟିଂ ଦେଇ ଯାଇଥିବା ଏହି ପାଇପ୍ ଫାଟିଯାଇଥିଲା । ଏଥିରେ ୧୦ରୁ ଅଧିକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । ପାଣି ବନ୍ଦ ହେବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି । କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ସହ କ୍ଷତିପୂରଣ ପାଇଁ ଦାବି ହୋଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: