ଏଣୁ ସମସ୍ତ ପ୍ରାଣୀମାନଙ୍କ ମଙ୍ଗଳ ପାଇଁ ମହାପ୍ରଭୁଙ୍କ ପାଖରେ ପବିତ୍ର ମକର ସଂକ୍ରାନ୍ତିରେ ୮୪ ପ୍ରକାର ବ୍ୟଞ୍ଜନ ପ୍ରସାଦ ଲାଗି ହୁଏ। ଯାହାକୁ ମକର ଚଉରାଶି ଭୋଗ କୁହାଯାଏ। ମକର ଚାଉଳ ବା ରନ୍ଧା ହୋଇ ନ ଥିବା ଅରୁଆ ଚାଉଳରେ ବିଭିନ୍ନ ସୁମିଷ୍ଟ ଦ୍ରବ୍ୟ ମିଶାଇ ଅନ୍ନବଳି ଭାବେ ମହାପ୍ରଭୁଙ୍କ ପାଖରେ ଦିଗପାଳମାନଙ୍କୁ ସମର୍ପଣ କରାଯାଏ। ଏହା ବ୍ୟତୀତ ଲାଗି ହୁଏ ୮୪ ପ୍ରକାର ବ୍ୟଞ୍ଜନ। ସେଗୁଡିକ ହେଲା…
୧: ଜଗନ୍ନାଥ ବଲ୍ଲଭ
୨: ଖଜା
୩: ଗଜା
୪: ଶୁକ୍ଳ ଫେଣି
୫: ମିଠା ଫେଣି
୬: ଲୁଣି ଖୁରୁମା
୭: ମିଠା ଖୁରୁମା
୮: ବଡ଼ପୁରୀ
୯: ସାନପୁରୀ
୧୦: କାକତୁଆ ଝିଲି
୧୧: ବଡନାଡୀ
୧୨: ସାନନାଡୀ
୧୩: କାକରା
୧୪: ହଂସକେଳି
୧୫: ଚନ୍ଦ୍ରକାନ୍ତି
୧୬: ବଡା
୧୭: ନାନମାନ
୧୮: ବସନ୍ତ ଆରିସା
୧୯: ପାଗ ଆରିସା
୨୦: ମରିଚ ଲଡୁ
୨୧: ବଡ କ୍ଷୀରିସା
୨୨: କଦମ୍ବା
୨୩: ମେଣ୍ଢା ମୁଣ୍ଡିଆ ଖେଚୁଡ଼ି
୨୪: ନେତ୍ରପୁରୀ
୨୫: ମଗଜ ଲଡୁ
୨୬: ଅମାଲୁ
୨୭: ଡାଳିମ୍ବ
୨୮: ମନୋହର
୨୯: ସରଭଜା
୩୦: ପରିଜାତକ
୩୧: ମାଣ୍ଡୁଅ
୩୨: ବଲ୍ଲଭ କୋରା
୩୩: ଗୋପାଳ ବଲ୍ଲଭ
୩୪: ଅମୃତ ରସାବଳୀ
୩୫: ସୁଆରୀ
୩୬: ଚଢେଇନଦା
୩୭: ବଡକାନ୍ତି
୩୮: ମାଠପୁଳି
୩୯: ଗଗୁଡି
୪୦: ନଡ଼ିଆ ଖିରି
୪୧: ବୁନ୍ଦିଆ ଖିରି
୪୨: ଟାକୁଆ
୪୩: ପଣା
୪୪: ମହାଦେଇ ଖେଚୁଡ଼ି
୪୫: ମହନଭୋଗ
୪୬: ଜେନାମଣି
୪୭: ସୁଜିଗଜା
୪୮: ବଳିବମାନ ମୁଗ
୪୯: ସୁଆର ପିଠା/ପୋଡା ପିଠା
୫୦: ମାଖନ
୫୧: ଖଳି ରୁଟି
୫୨: କନିକା
୫୩: ସାଧାଅନ୍ନ
୫୪: ଡାଲି
୫୫: ବେସର
୫୬: ପାୟସ
୫୭: ପୁରଏଣ୍ଡୁରି
୫୮: ଅଡାପାକନ
୫୯: ଖୁଆମଣ୍ଡା
୬୦: ଖାଇରଚୁଳ
୬୧: ଲଷ୍ମୀବିଳାସ
୬୨: ଘିଅନ୍ନ
୬୩: ଅନ୍ନ ରସାବଳୀ
୬୪: ଲଡୁ
୬୫: ନଡ଼ିଆ କେଳି
୬୬: ଖାଇର ଚୁଳିଆ
୬୭: ମୋତିଚୁଳ
୬୮: ଧନୁସଂକ୍ରାନ୍ତି ପିଠା
୬୯: ପନସୁଆ ଲଡୁ
୭୦: ସରକୁମ୍ପା
୭୧: ଅରଖଫୁଲ
୭୨: କଡମ୍ବା
୭୩: ଖେଇମଣ୍ଡା
୭୪: ଚେନାପିଠା
୭୫: ଶ୍ରୀହସ୍ତକୋରା
୭୬: ରାଧାବଲ୍ଲଭି
୭୭: ସାଧା ଏଣ୍ଡୁରି
୭୮: ଚୁଲିଆକୂପଡ
୭୯: ଗଇଁଠା
୮୦: ଯେଉଟ
୮୧: କାନଫୁଲି
୮୨: ମେଣ୍ଢାସିଙ୍ଗିଆ
୮୩: ଖଣ୍ଡମଣ୍ଡା
୮୪: କାନ୍ତି
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ