ବର୍ତ୍ତମାନ ଉଭୟ ଦଳ ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରତିଯୋଗିତା ଆକର୍ଷଣୀୟ ହେବ ବୋଲି ଆଶା କରାଯାଉଛି। ଫାଇନାଲ ମ୍ୟାଚ ରବିବାର ସନ୍ଧ୍ୟା ସାଢ଼େ ୭ଟାରେ ହେଉଛି। ଗୋଟିଏ ପଟେ ଚାମ୍ପିୟନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଏବଂ ଅନ୍ୟପଟେ ଚାରିଥର ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ରହିଛି।
ଏହି ସିଜନରେ ଉଭୟ ଦଳ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଲିଗ ରାଉଣ୍ଡରେ ଏହି ଦୁଇ ଦଳ ପଏଣ୍ଟ ଟେବୁଲରେ ଶୀର୍ଷ ଦୁଇଟି ସ୍ଥାନ ଅଧିକାର କରିଥିଲେ। ଗୁଜରାଟ ୨୦ ପଏଣ୍ଟ ସହ ଟେବୁଲରେ ଶୀର୍ଷ ଦୁଇଟି ସ୍ଥାନ ଅଧିକାର କରିଥିଲେ। ଗୁଜରାଟ ୨୦ ପଏଣ୍ଟ ସହ ଟେବୁଲ ଶୀର୍ଷରେ ଥିବାବେଳେ ଚେନ୍ନାଇ ୧୬ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଥିଲା। ତେବେ ଦେଖାଯାଉ ଆଜିର ମ୍ୟାଚରେ ବିଜୟ ମୁକ୍କୁଟ କିଏ ପିନ୍ଧୁଛି। ଆଜି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ସନଡେ ହୋଇଥିବାରୁ ଲୋକ ଆଜିର ଫାଇନାଲ ମ୍ୟାଚ ଏଞ୍ଜୟ କରିପାରିବେ।
ଅଧିକ ପଢ଼ନ୍ତୁ ଖେଳ ଖବର