Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବେ ଶାହ
ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି
ନୟାଗଡ: ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି । 45 ଡିଗ୍ରୀ ଅସହ୍ୟ ତାତିରେ ଏବେ ଜଳୁଛି ଜନ ଜୀବନ । ହେଲେ ଅମୃତରୂପୀ ଅମ୍ଳଜାନ ଯୋଗାଉଥିବା ନିର୍ଜୀବ ଗଛ ମାନଙ୍କୁ ନିଷ୍ଠୁର ଭଳି କାଟି ପକାଉଛି ଏଇ ସ୍ୱାର୍ଥପର ମଣିଷ । ରାସ୍ତା ପ୍ରଶସ୍ତିକରଣ ନାଁରେ ନୟାଗଡ଼ ଠାରୁ ରଣପୁରକୁ ସଂଯୋଗ କରୁଥିବା ରାସ୍ତାରୁ ଏବେ ଦୈନିକ କଟାଯାଉଛି ଶହ ଶହ ଗଛ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦ
ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
ଅନୁଗୁଳ: ହାତୀ ଆକ୍ରମଣରେ ଜଣେ ମୃତ । ଜଣେ ଗୁରୁତର । ଶୌଚ ପାଇଁ ଯାଇଥିବାବେଳେ ତାଳଚେର ରେଞ୍ଜ ତୁଳସିପାଳ ଗାଁ ମଶାଣିରେ ପ୍ରଫୁଲ ଗୋଚ୍ଛାୟତ ନାମକ ବ୍ୟକ୍ତିଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ସେହିପରି ବନ୍ତଳା ରେଞ୍ଜ ନୂଆ ଖେତା ଠାରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।