ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅର୍ଗସ ବ୍ୟୁରୋ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କୁ ପୁଣି ଧମକ । ୫ କୋଟି ଟଙ୍କା ଚାନ୍ଦା ଦେବାକୁ ସେମାନେ ଧମକପୂର୍ଣ୍ଣ କଲ୍ କରିଛନ୍ତି । ଯଦି ବଞ୍ଚିବାକୁ ଚାହୁଁଛ ୫କୋଟି ଟଙ୍କା ଦିଅ ନହେଲେ ମନ୍ଦିରରେ କ୍ଷମା ମାଗିବାକୁ ସେମାନେ ଧମକ ଦେଇଛନ୍ତି । ନଚେତ୍ ପରିଣାମ ଭୟାବହ ହେବ ବୋଲି ମୁମ୍ବାଇ ପୋଲିସକୁ ଫୋନ କରି ଧମକ ଦେଇଛନ୍ତି । ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ପକ୍ଷରୁ ଏଭଳି ଧମକପୂର୍ଣ୍ଣ କଲ୍ ହୋଇଥିବା ସନ୍ଦେହ କରାଯାଉଛି । ସପ୍ତାହକ ଭିତରେ ସଲମାନ୍ ଖାନଙ୍କୁ ଦ୍ବିତୀୟ ଥର ପାଇଁ ଏଭଳି ଧମକ ମିଳିଛି । ପୂର୍ବରୁ ଅକ୍ଟୋବର ୩୦ରେ ସଲମାନ ଖାନଙ୍କୁ ୨ କୋଟି ଟଙ୍କା ଚାନ୍ଦା ଦେବାକୁ ଧମକ ଦିଆଯାଇଥିଲା ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅର୍ଗସ ବ୍ୟୁରୋ : ବାତ୍ୟା ଦାନାର କ୍ଷୟକ୍ଷତିର ଚୁଡାନ୍ତ ରିପୋର୍ଟ ଦେଲେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ପ୍ରଭାବରେ ୬୧୬ କୋଟି ୧୯ ଲକ୍ଷ ୩୦ ହଜାର ଟଙ୍କା କ୍ଷତି ହୋଇଛି । ୧୪ ଜିଲ୍ଲା ୧୬୬ ବ୍ଲକ ଭିତରୁ ୧୩୧ ପ୍ରଭାବିତ ହୋଇଥିଲା । ୧୧ହଜାର ୬୩୭ ଗାଁ ପ୍ରଭାବିତ ହୋଇଥିଲେ । ୪୧ ଲକ୍ଷ ୪ ହଜାର ଲୋକ ପ୍ରଭାବିତ ହୋଇଥିଲେ । ବାତ୍ୟା ସମୟରେ ରିଲିଫ, ଖାଇବା, ମେଡିକାଲ ସେବା ଓ ଅନ୍ୟ ଆନୁସଙ୍ଗିକ କାର୍ଯ୍ୟ ପାଇଁ 23 କୋଟି 73 ଲକ୍ଷ 76 ହାଜର ଟଙ୍କା ଖର୍ଚ୍ଚ ହୋଇଛି ।
ଅଧିକ ପଢନ୍ତୁ : ଦାନା' ଉଜାଡିଦେଲା ୬୦୦ କୋଟିର ସଂପତ୍ତି
ମୋଟ 616 କୋଟି 19 ଲକ୍ଷ 30 ହାଜର ଟଙ୍କା କ୍ଷତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନ ଭିତରେ ଜିଲ୍ଲା ଗୁଡ଼ିକୁ ଯିବ କ୍ଷତି ପୂରଣ ରାଶି । ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ରାଶି ତୁରନ୍ତ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ମାନଙ୍କୁ ମଧ୍ୟ କ୍ଷତି ପୂରଣ ରାଶି ଦିଆଯିବ ।
ଅର୍ଗସ ବ୍ୟୁରୋ: ସରକାରୀ କୂଅକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡ଼ା NAC ଅନ୍ତର୍ଗତ 3 ନମ୍ବର ମୁଣ୍ଡାସାହି ୱାର୍ଡରେ। ମୁଣ୍ଡାସାହି ୱାର୍ଡ ଅନ୍ତର୍ଗତ ବାନ୍ଦାପାଙ୍ଗା ଗାଁ ର ଗ୍ରାମବାସୀ ମାନେ ଦୀର୍ଘ ବର୍ଷ ଧରି ଏକ ସରକାରୀ କୂଅକୁ ବ୍ୟବହାର କରୁଥିଲେ।
କିନ୍ତୁ ଅଳ୍ପ କିଛି ବର୍ଷ ହେବ ଏ ସରକାରୀ କୂଅକୁ ତେଜେଶ୍ୱର୍ ନାୟକ ଜବରଦଖଲ କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। କୂଅକୁ ପାଚେରୀ ନିର୍ମାଣ କରି ନିଜ ଅକ୍ତିଆରରେ ରଖିଛନ୍ତି ସମ୍ପୃକ୍ତ ବ୍ୟକ୍ତି। ଏ ନେଇ ଆଜି ସମୂହ ଗ୍ରାମବାସୀ ବାଲିଗୁଡ଼ା NAC ର କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକ ଦଳାଇଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଭଦ୍ରକ ଚରମ୍ପା ଷ୍ଟେସନରେ ଚଳନ୍ତା ଟ୍ରେନକୁ ଗୁଳିମାଡ଼ 119 ନଂ ଗେଟ ନିକଟରେ ନୀଳାଞ୍ଚଳ ଏକ୍ସପ୍ରେସର ଟ୍ରେନ ମ୍ୟାନେଜର ଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ହୋଇଥିବା ଅଭିଯୋଗ କରିଛନ୍ତି ଟ୍ରେନରେ ଥିବା ମ୍ୟାନେଜର। ନୂଆଦିଲ୍ଲୀରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲା ନୀଳାଞ୍ଚଳ ଏକ୍ସପ୍ରେସ ଟ୍ରେନ କୁ ଭଦ୍ରକ ଷ୍ଟେସନରେ 9:17 ମିନିଟରେ ପହଞ୍ଚି 9:25 ମିନିଟ ସମୟରେ ଛାଡିଥିବା ବେଳେ ଏହି ଚଳନ୍ତା ଟ୍ରେନ ମ୍ୟାନେଜର ଙ୍କ ଉପରକୁ କେଉଁଥି ପାଇଁ ଦୁର୍ବୁତ୍ତ ମାନେ ଗୁଳି ମାଡ଼ କଲେ ତାହା ଜଣା ପଡ଼ିନାହିଁ ଘଟଣା ସ୍ଥଳରେ GRP ପୋଲିସ ଓ ସ୍ଥାନୀୟ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି. ସ୍ଥାନୀୟ 119 ନଂ ଗେଟ ପାଖରେ ପୋଲିସ ସେହି ଗୁଳି କୁ ଖୋଜା ଖୋଜି କରୁଥିବା ନେଇ ଦୃଶ୍ୟ ଦେଖିବାକୁ ମିଳିଛି. ସେହିପରି ଗେଟ ପାଖରେ ଲାଗିଥିବା ସିସିଟିଭି ଯାଞ୍ଜ କରୁଛି. ତେବେ ଦୁର୍ବୁତ୍ତ ମାନେ କେଉଁ କାରଣ ପାଇଁ ଚଳନ୍ତା ଟ୍ରେନ ଉପରକୁ ଗୁଳି ମାଡ଼ କରିଲେ ତାହା ତଦନ୍ତ ପରେ ଜଣା ପଡିବ । ଭଦ୍ରକ GRP ପୋଲିସ ଅଧିକ ତଦନ୍ତ କରୁଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...