ଅର୍ଗସ ବ୍ୟୁରୋ: ଆଦିବାସୀ ଭାଷା ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଷ୍ଠା ହେବ ଲ୍ୟାଙ୍ଗୁଏଜ୍ ଲ୍ୟାବ । ଆଦିବାସୀ ଛାତ୍ର ଛାତ୍ରୀ ମାନେ ମାତୃଭାଷାରେ ପାଠ ପଢିବା ସହ ପାଇବେ ଗୁଣାତ୍ମକ ଜ୍ଞାନ । ଆଗାମୀ ଦିନରେ ଆଦିବାସୀ ଭାଷା ସଂସ୍କୃତି କେମିତି ସୁରକ୍ଷିତ ରହିବ ତା ପାଇଁ ଲ୍ୟାଙ୍ଗୁଏଜ୍ ଲ୍ୟାବ କରାଯିବ। ଆଦିବାସୀ ଭାଷାକୁ ଗୁରୁତ୍ଵ ଦେଇ ଶିକ୍ଷକ ନିଯୁକ୍ତି କରାଯାଉଛି ।