ଅଧିକ ପଢନ୍ତୁ : ଏହି ସିନେମାରୁ ଆରମ୍ଭ ହୋଇଥିଲା ଓଡ଼ିଆ ସିନେମାର ସ୍ୱର୍ଣ୍ଣିମ ଇତିହାସ
ଏଥିରେ ଗାଁ ଓ ତାର ପରିବେଶ ସହ ଗାଁ ରାଜନୀତିକୁ ସ୍ଥାନିତ କରାଯାଇଛି । ଓଡ଼ିଶାର ଦାଦନ ଶ୍ରମିକ ପ୍ରଥା ଓ ଚାଷୀ ଦୁଃଖ, ଆନ୍ଦୋଳନ ଓ ସମ୍ମାନ ସହ ଚାଷର କାହାଣୀ କହିବ ଏହି ସିନେମା। ଚାଷୀ ଘରର ବାପ ଝିଅ ସମ୍ପର୍କର ଏକ କରୁଣ କାହାଣୀ ଦେଖିବ ପୁରା ଓଡିଶା। ଚଳଚ୍ଚିତ୍ରର ପ୍ରଯୋଜନା ଓ ନିର୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ଅଶ୍ବିନୀ ତ୍ରିପାଠୀ। ସଂଳାପ ଡାକ୍ତର ରଜନୀରଂଜନ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ। ଅଭିନେତା ସମରେଶ ରାଉତରାୟ ଓ ଅଭିନେତ୍ରୀ ଦେବଯାନୀ ମୁଖ୍ୟ ଚରିତ୍ରରେ ନଜର ଆସିବେ।