ଫ୍ୟାନ୍ସମାନେ ତାଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି । ଏହି ବିଶେଷ ଶାଢ଼ୀକୁ ପ୍ରସ୍ତୁତ କରିବା ପାଇଁ ୧୬୩ କାରୀଗର ନିୟୋଜିତ ହୋଇଥିଲେ । ପ୍ରାୟ ୧୯୬୫ ଘଣ୍ଟାର ପରିଶ୍ରମ ପରେ ଏହି ସୁନ୍ଦର ଶାଢ଼ୀ ପ୍ରସ୍ତୁତ ହୋଇଥିଲା । ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମ ମାଧ୍ୟମରେ ଶାଢ଼ୀ ପିନ୍ଧିବା ଅନୁଭୂତିକୁ ପ୍ରକାଶ କରିଛନ୍ତି । ଏହି ଇଭେଣ୍ଟର କିଛି ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଶାଢ଼ୀ ପରମ୍ପରା ଏବଂ ନବସୃଜନର ପ୍ରତୀକ । ସବ୍ୟସାଚୀ ଏହାକୁ ବହୁତ ସୁନ୍ଦର ଭାବରେ ପ୍ରସ୍ତତ କରିଛନ୍ତି । ଏହା ସହ ଏହି ଶାଢ଼ୀରେ ପୃଥିବୀ, ଆକାଶ ଏବଂ ସମୁଦ୍ରର ରଂଗ ସମାହିତ ଅଛି ଯାହା ଏହି ଶାଢ଼ୀର ସୁନ୍ଦରତାକୁ ଆହୁରୀ ବୃଦ୍ଧି କରୁଛି । ଏହି ଶାଢ଼ୀ ତିଆରି କରିବା ନୂତନ ଅନୁଭବ ସହ ମଜାଦାର ଏବଂ ଷ୍ଟ୍ରେସଫୁଲ୍ ଥିଲା ।’
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: