ତେବେ ଅର୍ଜୁନ ସେୟାର କରିଥିବା ଫଟୋରେ, ଦୁହେଁ ଏକାଠି ନଜର ଆସୁଛନ୍ତି । ମଲାଇକା ଅର୍ଜୁନଙ୍କ ମଥାରେ ଚୁମ୍ବନ ଦେଉଥିବା ନଜର ଆସୁଛନ୍ତି । ଏବଂ ଅର୍ଜୁନ କ୍ୟାମେରାକୁ ପୋଜ ଦେଇ ହସୁଛନ୍ତି । ଦୁହେଁ ଏକାଠି ବସି ପାର୍ଟି କରୁଥିବା ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ଅର୍ଜୁନ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ଆଜ୍ କା ଦିନ୍ ୟା କିସି ଔର ଦୁସରେ ଦିନ୍ ମେଁ ବସ୍ ତୁମ୍ହାରେ ଚେହେରେ ପର୍ ମୁସ୍କାନ୍ ଲାନା ଚାହାତା ହୁଁ । ଦୁଆ କରତା ହୁଁ କି ଇସ୍ ସାଲ୍ ତୁମ୍ ସବସେ ଜାଦା ମୁସ୍କୁରାଓ’ । ତେବେ ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।