ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅର୍ଗସ ବ୍ୟୁରୋ: ନେପାଲରେ ବର୍ଷା ବିତ୍ପାତ। ଗତ କିଛି ଦିନ ଧରି ବର୍ଷା ଜାରି ରହିଥିବାରୁ ନେପାଳରେ ଲୋକଙ୍କର ମୃତ୍ୟୁ ସଂଖ୍ୟା ବଢିଛି। ପ୍ରବଳ ବର୍ଷା କାରଣରୁ ବନ୍ୟା, ଭୂସ୍ଖଳନ ଏବଂ ବଜ୍ରପାତ ବିପର୍ଯ୍ୟୟରେ 62 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ସୂଚନାନୁସାରେ, ୩ ଦିନ ଧରି ବର୍ଷା ଜାରୀ ରହିଥିବାରୁ ନେପାଳର ବିଭିନ୍ଣ ଅଂଚଳରେ ଘର ଦ୍ବାର ବନ୍ୟା ଜଳରେ ଧୋଇ ହୋଇ ଜାଇଛି। ଏଥିସହ ବନ୍ୟା ଯୋଗୁଁ ଅନେକ ନିଖୋଜ ଅଛନ୍ତି। ସେହିଭଳି ଭୂସ୍ଖଳନ ଯୋଗୁଁ 34 ଜଣ ପ୍ରାଣ ହରାଇଛନ୍ତି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍ଡ ଡିଆଇଜି ଏସ୍ଆର୍ ଦାଶ ଓ ତାଙ୍କ ପତ୍ନୀଙ୍କୁ କଳିଙ୍ଗ ଷ୍ଟାଡିୟମ ନିକଟ ରାସ୍ତାରେ ଅଟକାଇ ଦୁର୍ବ୍ୟବହାର କରିବା ସହ ପତ୍ନୀଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ଏହାକୁ ବିରୋଧ କରିବାକୁ ଯାଇ ଡିଆଇଜି ଓ ଦୁଇ ରୋଡ୍ ରୋମିଓ ହାତାହାତି ହୋଇଥିଲେ।
ଦୁର୍ବୃତ୍ତଙ୍କୁ ପୋଲିସ କାବୁ କରିଛି। କଳିଙ୍ଗ ଷ୍ଟାଡିୟମ ନିକଟରେ ୟୁ-ଟର୍ଣ୍ଣ ନେବା ସମୟରେ ସାଇଡ୍ ମରାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିଲା। ବାଇକ୍ରେ ଯାଉଥିବା ଦୁଇ ରୋଡ୍ ରୋମିଓ କାର୍ରେ ବସିଥିବା ଡିଆଇଜିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଡିଆଇଜି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା ୨ ବର୍ଷରେ ଏହାର ନିର୍ମାଣ ସଂପୂର୍ଣ୍ଣ ହେବ । ଏହି ସେଣ୍ଟରରେ ସାଂସ୍କୃତିକ, ରାଜନୈତିକ, ରାଜନୈତିକ ଏବଂ ବିଭିନ୍ନ ପ୍ରକାରର ପ୍ରଦର୍ଶନୀ ମେଳା ଇତ୍ୟାତି କରାଯିବ। ଏଠାରେ ଓପନ ଥିଏଟର , ହୋଟେଲ, ପାର୍କି ଏବଂ ଫୁଡ୍ କୋର୍ଟର ସୁବିଧା ରହିବ । ୧୦ ହଜାର ଲୋକ ବସି ପାରୁଥିବା କ୍ଷମତା ବିଶିଷ୍ଟ ଏହି କନଭେସନ ସେଣ୍ଟରରେ ବିଭିନ୍ନ ଅଡିଟୋରିୟମ ରହିବ। ଏହି କ୍ୟାମ୍ପସରେ ପଞ୍ଚତତ୍ତ୍ବକୁ ପ୍ରଦର୍ଶିତ କରୁଥିବା ବିଶେଷ ପଞ୍ଚବାଟିକା ଆକର୍ଷଣର କେନ୍ଦ୍ରବିନ୍ଦୁ ରହିବ ।
ବୃନ୍ଦାବନ ଯୋଜନାରେ ବିଶ୍ବସ୍ତରୀୟ ସୁବିଧା ସମ୍ପନ୍ନ ଅନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କକ୍ଷ ନିର୍ମାଣ କରାଯିବ । ଏହାର ନିର୍ମାଣ ଦାୟିତ୍ବ ଆବାସ ବିକାଶ ଏବଂ ଏଲଡିଏ ହାତରେ ମିଳିତ ଭାବେ ରହିବ । ରାଜ୍ୟ ସରକାର ଏଥିପାଇଁ ଆର୍ଥିକ ସହଯୋଗ କରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏନେଇ ସହମତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ହୋଟେଲ ନିର୍ମାଣ ପାଇଁ ସରକାର ଜମି ସଂରକ୍ଷିତ ରଖିଛନ୍ତି। ଏହି କନଭେସନ୍ ସେଣ୍ଟରର ଡିଜାଇନ୍ ଭାରତୀୟ ସଂସ୍କୃତି ଆଧାରରେ ହେବ। ଡିଫେନ୍ସ ଏକ୍ସପୋ ଆୟୋଜନ ସ୍ଥଳରେ ଏହାର ନିର୍ମାଣ କରାଯିବ ।
ଅଧିକ ପଢ଼ନ୍ତୁ ଦେଶ ଖବର: