ଘର
ବିଦେଶ
ବେଜିଂରେ ସ୍ବତନ୍ତ୍ର ପ୍ରତିନିଧିମଣ୍ଡଳି ବୈଠକ ପୂର୍ବରୁ ଚୀନର ବଡ଼ ଘୋଷଣା
ବେଜିଂରେ ସ୍ବତନ୍ତ୍ର ପ୍ରତିନିଧିମଣ୍ଡଳି ବୈଠକ ପୂର୍ବରୁ ଚୀନର ବଡ଼ ଘୋଷଣା
by Smruti Parija
ଅର୍ଗସ ବ୍ୟୁରୋ: ବେଜିଂରେ ସ୍ବତନ୍ତ୍ର ପ୍ରତିନିଧିମଣ୍ଡଳି ବୈଠକ ପୂର୍ବରୁ ଚୀନର ବଡ଼ ଘୋଷଣା । ଭାରତ ସହ କାମ କରିବ ଚୀନ୍ । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସହ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗଇ ସାକ୍ଷାତ କରିଛନ୍ତି । ଦୁଇ ଜଣଙ୍କ ମଧ୍ୟରେ ସୀମା ବିବାଦକୁ ନେଇ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ସ୍ଥିର ପାଇଁ ଭାରତ ସହ ଚୀନ୍ କାମ କରିବାକୁ ସହମତି ଭରିଛି ।
ଆଜି ବେଜିଂରେ ଉଭୟ ଦେଶର ପ୍ରତିନିଧମଣ୍ଡଳୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ସାମିଲ ହେବେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା । ଚୀନ ସହ ଏଲଏସି ବିବାଦ ଭିତରେ ଡୋଭାଲଙ୍କ ଚୀନଙ୍କ ଗସ୍ତ ଭାରତ ପାଇଁ ବେଶ ଗୁରୁତ୍ବବହନ କରୁଛି । ଗଲୱାନ୍ ଘାଟି ହିଂସାକାଣ୍ଡ ପରଠୁ ଏହା ହେଉଛି ଅଜିତ ଡୋଭାଲଙ୍କ ପ୍ରଥମ ଚୀନ ଗସ୍ତ ।
ଶେଷଥର ପାଇଁ ୨୦୧୯ ମସିହାରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ ଗସ୍ତ କରିଥିଲେ । ଗଲୱାନ ଘାଟି ହିଂସା ପରଠୁ ଉଭୟ ଦେଶ ମଧ୍ୟରେ ତିକ୍ତତା ଚାଲିଛି । ଏହା ପୂର୍ବରୁ ଡୋଭାଲ ସେପ୍ଟେମ୍ବର ୧୨ରେ ରୁଷରେ ଚୀନ ବୈଦେଶିକମନ୍ତ୍ରୀଙ୍କୁ ଭେଟିଥିଲେ ।