ଇସ୍ରାଏଲ ସେନା ଏହି ଆକ୍ରମଣ ପୂର୍ବ ପ୍ରସ୍ତୁତି ଅନୁଯାୟୀ କରିଥିଲା ଇରାନ୍ ର ୨୦୦ ମିସାଇଲ୍ ଆଟାକ୍ ର ମୁହଁତୋଡ ଜବାବ ଦେଇଛି ଇସ୍ରାଏଲ୍... ଶହେରୁ ଅଧିକ ଫାଇଟର ଜେଟ୍ ବ୍ୟବହାର କରି ତେହରାନ ଉପରେ ଭୟଙ୍କର ବୋମା ବର୍ଷା କରିଛି ଇସ୍ରାଏଲ । ଏହାକୁ ଅକ୍ଟୋବର ପହିଲାରେ ଇରାନ କରିଥିବା ଆକ୍ରମଣର ଜବାବ ବୋଲି କହିଛି ଇସ୍ରାଏଲ । ଏଫ-୩୫ ଫାଇଟର ଜେଟ୍ ଦ୍ବାରା ୨ ହଜାର କିଲୋମିଟର ଦୂର ହିଁ ଟାର୍ଗେଟକୁ ହିଟ୍ କରାଯାଇଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ତେବେ ଇରାନ କୌଣସି ପରମାଣୁ ଅସ୍ତ୍ର ଠିକଣା ଏବଂ ତୈଳ ଡିପୋ ଉପରେ ଆକ୍ରମଣ କରିନାହିଁ ଇସ୍ରାଏଲ । ତେବେ ପ୍ରଥମେ ହାନିଯା ପରେ ହିଜବୁଲ୍ଲା କମାଣ୍ଡର ନସରୁଲ୍ଲାର ମୃତ୍ୟୁପରେ ଇସ୍ରାଏଲ୍ ଉପରେ କ୍ରୋଧର ନିଆଁରେ ଜଳୁଥିବା ଇରାନ୍ ଇସ୍ରାଏଲ୍ ଉପରେ ଅକ୍ଟୋବର ୧ ରେ ଆକ୍ରମଣ କରିଥିଲା.. ଅକ୍ଜାଟୋବର ୨୫ ରାତିରେ ଜାହାର ଜବାବ । ଦେଇଛି ଇସ୍ରାଏଲ୍...ଅନ୍ୟପଟେ ଜୁଦ୍ଦ ଘନଘଟାରେ ଅତିଷ୍ଟ ହୋଇ ପଡିଥିବା ଇସ୍ରାଏଲବାସୀ ଇରାନ୍ ଉପରେ ଇସ୍ରାଏଲ୍ ର ଆକ୍ରମଣକୁ ନେଇ ଖୁସି ମନାଇଛନ୍ତି ।
ପିଏମ୍ ନେତନ୍ୟାହୁଙ୍କ ଗ୍ରୀନ ସିଗନାଲ ପରେ ଇରାନ ଉପରେ ଏୟାର ଷ୍ଟ୍ରାଇକ ଆରମ୍ଭ କରିଛି ଇସ୍ରାଏଲ । 25 ତାରିଖ ଭୋରୁ ହିଁ ଘନଘନ ବୋମା ବର୍ଷା କରିଛି ତେହେରାନ ଉପରେ...ତେବେ ଆକ୍ରମଣ ପୂର୍ବରୁ ଇରାନ କୁ ଆଡିଏଫ୍ ଚେତାବନୀ ଦେଇଥିଲା...ଏହା ସହିତ ଏହି ଆକ୍ରମଣ ଏକ ସୀମା ଭିତରେ କରାଜାଇଛି..କିନ୍ତୁ ଇରାନ୍ ର ମତିଗତି ନବଦଳିଲେ ଆକ୍ରମଣ ଆହୁରି ତେଜିବ ବୋଲି ଇସ୍ରାଏଲ ପକ୍ଷରୁ କଡା ଚେରାବନୀ ଦିଆଜାଇଛି ।