ଗୋଟିଏ ଦିନ ପୂର୍ବରୁ ପଡୋଶୀ ବ୍ରିଟିଶ କଲମ୍ବିଆରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାପରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ବିମାନ ଦୁର୍ଘଟଣାର କାରଣ ଜଣା ପଡିନାହିଁ କିନ୍ତୁ ତଦନ୍ତ ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର
ଅର୍ଗସ ବ୍ୟୁରୋ: ଉତ୍ତର କାନାଡ଼ାରେ ଗତ କାଲି ଖଣି କର୍ମଚାରୀଙ୍କୁ ନେଇ ଏକ ଛୋଟ ବିମାନ ଯାଉଥିଲା। କିନ୍ତୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାର କାରଣ ଏଯାଏ ଜଣା ପଡ଼ିନାହିଁ ।
ଗୋଟିଏ ଦିନ ପୂର୍ବରୁ ପଡୋଶୀ ବ୍ରିଟିଶ କଲମ୍ବିଆରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାପରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ବିମାନ ଦୁର୍ଘଟଣାର କାରଣ ଜଣା ପଡିନାହିଁ କିନ୍ତୁ ତଦନ୍ତ ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର
ଅର୍ଗସ ବ୍ୟୁରୋ: ପ୍ରତିବର୍ଷ ମେ' ମାସ ୩ ତାରିଖରେ ପାଳିତ ହୁଏ ବିଶ୍ବ ପ୍ରେସ ସ୍ବାଧୀନତା ଦିବସ। ଜାତିସଂଘ ସାଧାରଣ ସଭା ୧୯୯୩ ମସିହାରେ ଆଜିର ଦିନକୁ ପ୍ରେସ ସ୍ବାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରାଯାଇଥିଲା। ଚଳିତବର୍ଷ ଏହି ଦିବସର ବିଷୟ ରହିଛି `ଗ୍ରହ ପାଇଁ ପ୍ରେସ': ପରିବେଶ ସଙ୍କଟ ସାମ୍ନାରେ ସାମ୍ବାଦିକତା। ବାକ ସ୍ବାଧୀନତା ଅଧିକାରର ରକ୍ଷା ଓ ସମ୍ମାନ ସରକାରଙ୍କ କର୍ତ୍ତବ୍ୟ। ଏହି କଥା ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସ୍ବାଧୀତା ଦିବସ ପାଳିତ ହେଉଛି।
ଗଣତନ୍ତ୍ରର ମୂଲ୍ୟବୋଧକୁ ରକ୍ଷା କରିବାରେ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ। ତେଣୁ ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସରକାରଙ୍କ କର୍ତ୍ତବ୍ୟ। ସାମ୍ବାଦିକତା କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ଦେଇଥିବା। ବ୍ୟକ୍ତିଙ୍କୁ ଏ ଅବସରରେ ସମ୍ମାନିତ କରାଯାଏ। ସ୍କୁଲ, କଲେଜ, ସରକାରୀ ସଂସ୍ଥା ଓ ଅନ୍ୟ ଶୈକ୍ଷିକ ଅନୁଷ୍ଠାନରେ ପ୍ରେସ ସ୍ବାଧୀନତା ଉପରେ ବତ୍କୃତା, ନିବନ୍ଧ ଓ କ୍ବିଜ ପ୍ରତିଯୋଗିତା ଆୟୋଜିତ ହୁଏ। ଲୋକଙ୍କୁ ବାକ ସ୍ବାଧୀନତା ସମ୍ପର୍କରେ ବୁଝାଏ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଚଳିତ ଆଇପିଏଲ୍ରେ ଗୁରୁବାର ସବୁଠାରୁ ରୋମାଞ୍ଚଭରା ମ୍ୟାଚ୍ ଦେଖିବାକୁ ମିଳିଛି। ଟେବୁଲ୍ ଟପ୍ପର ରାଜସ୍ଥାନ ରୟାଲ୍ସକୁ ୧ ରନ୍ରେ ହରାଇ ସନ୍ରାଇଜର୍ଜ ହାଇଦ୍ରାବାଦ ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉଠିଛି। ସଂଜୁ ସାମ୍ସନ୍ଙ୍କ ଦଳ ଦଶମ ମ୍ୟାଚ୍ରୁ ଦ୍ବିତୀୟ ପରାଜୟ ବରଣ କରିଥିବାବେଳେ ପ୍ୟାଟ୍ କମିନ୍ସଙ୍କ ଦଳ ସମାନ ଦଶମ ମ୍ୟାଚ୍ ଖେଳି ଷଷ୍ଠ ବିଜୟ ପାଇଛି। ହାଇଦ୍ରାବାଦ ଏକମାତ୍ର ରନ୍ରେ ଜିତିବା ଚଳିତ ସଂସ୍କରଣରେ ସବୁଠାରୁ ସ୍ବଳ୍ପ ବ୍ୟବଧାନ ବିଜୟ ହୋଇଛି। ୨୦୧ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ରାଜସ୍ଥାନ ରୟାଲ୍ସକୁ ପ୍ରଥମ ଓଭରରେ ଯୁଗଳ ଝଟ୍କା ଲାଗିଥିଲା।
ଜୋସ୍ ବଟଲର୍ ଓ ସଂଜୁ ସାମସନଙ୍କୁ ଭୁବନେଶ୍ବର କୁମାର ଦୁଇଟି ବଲ୍ ବ୍ୟବଧାନରେ ପ୍ୟାଭିଲିଅନ୍ ପଠାଇଦେଇଥିଲେ। କିନ୍ତୁ ଯଶସ୍ବୀ ଜୟସ୍ବାଲ (୪୦ ବଲ୍ରୁ ୬୭ ରନ୍, ୭ ଚୌକା, ୨ ଛକା) ଏବଂ ରିୟାନ୍ ପରାଗ (୪୯ ବଲ୍ରୁ ୭୭ ରନ, ୯ ଚୌକା, ୪ ଛକା) ୭୬ ବଲ୍ରୁ ୧୩୩ ରନ୍ର ଭାଗୀଦାରି ଗଢ଼ି ପ୍ରାରମ୍ଭିକ ବିପର୍ଯ୍ୟୟକୁ ଏଡ଼ାଇ ଦେଇଥିଲେ। ଉଭୟ କିନ୍ତୁ ଶତକ ଦିଗରେ ଅଗ୍ରସର ହେବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ।
ନଟରାଜନ ଏହି ଭାଗୀଦାରିକୁ ଅଲଗା କରିବା ପରେ ହାଇଦ୍ରାବାଦ ପ୍ରତ୍ୟାବର୍ତ୍ତନ କରିଥିଲା। ଶେଷ ଦୁଇ ଓଭରରୁ ୨୦ ରନ୍ ଆବଶ୍ୟକ ପଡ଼ିଥିଲା। ପ୍ୟାଟ୍ କମିନ୍ସ ୧୯ତମ ଓଭରରେ ମାତ୍ର ୭ ରନ ଦେଇ ଗୋଟିଏ ୱିକେଟ୍ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା। ଅନ୍ତିମ ଓଭରରୁ ହାଇଦ୍ରବାଦକୁ ୧୩ ରନ୍ ଆବଶ୍ୟକ ପଡ଼ିଥିଲା। ଆର୍ ଅଶ୍ବିନ ଓ ରୋଭମାନ ପାୱେଲ କିନ୍ତୁ ଭୁବନେଶ୍ବର କୁମାରଙ୍କ ବିପକ୍ଷରେ ଏହା ରନ୍ କରିପାରି ନଥିଲେ। ଏପରିକି ଶେଷ ବଲ୍ରୁ ୨ ରନ୍ ଆବଶ୍ୟକ ଥିଲେ ମଧ୍ୟ ପାୱେଲଙ୍କୁ ଭୁବି ଏଲ୍ବିଡ୍ବଲ୍ୟୁ କରି ଘରୋଇ ଦଳକୁ ରୋମଞ୍ଚକ ବିଜୟ ଦେଇଥିଲେ। ଫଳରେ ଭୁବନେଶ୍ବର ଅପ୍ରତ୍ୟାଶିତ ନାୟକ ପାଲଟିଯାଇଥିଲେ। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ତାଙ୍କୁ ମିଳିଥିଲା।
ଅଧିକ ପଢ଼ନ୍ତୁ ଖେଳ ଖବର
ଅର୍ଗସ ବ୍ୟୁରୋ: ଚୀନର ଆଉ ଏକ ବଡ ଚନ୍ଦ୍ର ମିଶନ । ଚୀନ୍ ନିଜର ମହାକାଶଯାନକୁ ଚନ୍ଦ୍ରର ଅନ୍ଧକାର ପାର୍ଶ୍ବକୁ ପଠାଇବାକୁ ଯାଉଛି। ସେଠାରୁ ନମୁନା ସଂଗ୍ରହ କରିବା ପରେ ଏହି ମହାକାଶଯାନ ପୃଥିବୀକୁ ଫେରି ଆସିବ। ଏହି ମିଶନର ନାଁ ରଖାଯାଇଛି ଚାଙ୍ଗ୍ -6 । ଏହି ଯାନ ଚନ୍ଦ୍ରର ଅନ୍ଧକାର ପାର୍ଶ୍ବ ଅର୍ଥାତ୍ ପୃଥିବୀ ଠାରୁ ସବୁଠାରୁ ଦୂରରେ ଥିବା ଚନ୍ଦ୍ରପୃଷ୍ଠର ଭୌଗୋଳିକ ସ୍ଥିତି ଅନୁଧ୍ୟାନ କରିବ । ଏଥିସହ ସେଠାରୁ ବାଲି, ପଥର, ମାଟିର ନମୁନା ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଫେରିବ।
ପୂର୍ବରୁ ବିଭିନ୍ନ ଦେଶ ପକ୍ଷରୁ ଚନ୍ଦ୍ର ପୃଷ୍ଠରୁ ନମୁନା ସଂଗ୍ରହ କରାଯାଇଛି । କିନ୍ତୁ ଚୀନ ପକ୍ଷରୁ ପ୍ରଥମ ଥର ପାଇଁ ଚନ୍ଦ୍ରର ଅନ୍ଧକାର ପାର୍ଶ୍ବରୁ ନମୁନା ସଂଗ୍ରହ କରିବାକୁ ମିଶନ କରାଯାଇଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର