ବିଭିନ୍ନ କାରଣ ହେତୁ ଛାତି ଯନ୍ତ୍ରଣା ଅନୁଭବ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ଆଣିଥାଏ । ଅନେକ ସମୟରେ ଆପଣ ଖାଲିପେଟରେ ରହିବା କାରଣରୁ ପେଟରେ ଥିବା ଏସିଡ୍ ଏସୋଫାଗସ୍ କୁ ଉତ୍ତେଜିତ କରିଥାଏ । ଏହା କାରଣରୁ କାରଣରୁ ପାକସ୍ତଳୀରେ ବିଭିନ୍ନ ସମ୍ୟା ହୋଇ ଜଳାପୋଡା ହୋଇଥାଏ । ଏଥିସହ କଷ୍ଟୋଚଣ୍ଡ୍ରାଇଟିସ୍ ପରି ମାଂସପେଶୀ-ସ୍କେଲେଟାଲ୍ ସମସ୍ୟା, ପଟିରୁ ଛାତି ସହିତ ସଂଯୋଗ କରୁଥିବା କାର୍ଟିଲେଜ୍କୁ ତୀବ୍ର ଯନ୍ତ୍ରଣା ଦେଇଥାଏ । ନିମୋନିଆ, ପ୍ଲୁରାଇଟିସ୍ କିମ୍ବା ଫୁସଫୁସ ଏମ୍ବୋଲାଇଜିମ୍ (ଫୁସଫୁସରେ ରକ୍ତ ଜମାଟ ବାନ୍ଧିବା) ସହିତ ଛାତି ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଇଥାଏ। ତେବେ ଏସବୁ ସମସ୍ୟା ଦେଖାଯାଉଥିଲେ ସତର୍କ ରହିବା ସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: