ବାସ୍ତବରେ ପ୍ରୋଷ୍ଟେଟ ଗ୍ରନ୍ଥି ମୂତ୍ରାଶୟରୁ ଚାରିଆଡ଼େ ଗୁଡ଼ାଇ ରହିଥାଏ । ଏବଂ ଯେତେବେଳେ ବିଭିନ୍ନ କାରଣରୁ ଗ୍ରନ୍ଥିରେ ଥିବା ତନ୍ତୁ ବଢିବା ଆରମ୍ଭ ହୁଏ କିମ୍ବା PSA ସ୍ତର ବଢିଯାଏ ସେତେବେଳେ ପ୍ରୋଷ୍ଟେଟ ସମସ୍ୟା ଆରମ୍ଭ ହୁଏ । ବେଳେବେଳେ ଏହାର କାରଣ ଜେନେଟିକ୍ ହୋଇଥିବା ବେଳେବେଳେ ଆଉ କେବେ ଏହାର ହରମୋନ୍ ପାଇଁ ହୋଇଥାଏ । ମେଦବହୁଳତା, ଧୂମପାନ ଏବଂ ଶରୀରରେ ଅଧିକ କ୍ୟାଲସିୟମ ଗ୍ରହଣ କରିବା ଦ୍ୱାରା ପ୍ରୋଷ୍ଟେଟ କର୍କଟ ମଧ୍ୟ ହୋଇପାରେ । ପରିସ୍ରା, ଚର୍ମରେ ପରିବର୍ତ୍ତନ, ହଠାତ୍ ଓଜନ ବଢିବା କିମ୍ବା ଓଜନ ହ୍ରାସ କରିବାରେ କୌଣସି ପ୍ରକାରର ସମସ୍ୟା ପ୍ରୋଷ୍ଟେଟ କ୍ୟାନସରର ଲକ୍ଷଣ ହୋଇପାରେ । ତଥାପି ଅଧିକାଂଶ କ୍ଷେତ୍ରରେ ଏହିପରି ଲକ୍ଷଣ ଦେଖାଯାଏ ନାହିଁ । ହଠାତ୍ ବ୍ୟାକପେନ୍ ମଧ୍ୟ ହୋଇଥାଏ । ପ୍ରୋଷ୍ଟେଟ କର୍କଟରୁ ରକ୍ଷା ପାଇବା ପାଇଁ ପେଲଭିକ୍ କ୍ଷେତ୍ରକୁ ଶକ୍ତିଶାଳୀ ଏବଂ ସୁସ୍ଥ ରଖିବା ଜରୁରୀ ।
ପ୍ରଭାବଶାଳୀ ପ୍ରୋଷ୍ଟେଟ୍ ଉପଚାର :-
ଲାଉର ଜୁସ,କିଛି ତୁଳସୀ ପତ୍ର ,ଗୋଲମରିଚ ଆପଣ ଏହି ତିନୋଟିକୁ ମିଶ୍ରଣ କରି ପିଇପାରିବେ । ଏହା ସ୍ୱାସ୍ଥ୍ୟ ପ୍ରତି ଅନେକ ଉପକାର କରିଥାଏ ।
ଅଧିକ ପଢନ୍ତୁ ଜୀବନଶୌଳୀ ଖବର