ଏହା ସ୍ୟାସ୍ଥ ପାଇଁ ବହୁତ କ୍ଷତି କାରକ ହୋଇଥାଏ । ବିଶେଷ କରି ଏହା ଯକୃତକୁ ପ୍ରଭାବିତ କରିଥାଏ । ସେଥିପାଇଁ ଛିଡା ହେବା ସମୟରେ ପାଣିଁ ପିଇବା ପରିବର୍ତ୍ତେ ବସିବା ସମୟରେ ଏହାକୁ ପିଇବା ଭଳ ବୋଲି କୁହାଯାଏ ।
ଛିଡା ହେବା ସମୟରେ ପାଣି ପିଇବା କାହାଁକି ଉଚିତ୍ ନୁହେଁ ?
ଏହି ସମୟରେ ପାଣି ପିଇବା ଦ୍ଵାରା ବ୍ୟକ୍ତିର ଶୋଷ ମେଣ୍ଟି ନଥାଏ ଏବଂ ଦ୍ଵିତରୟରେ ଏହା ଶରୀରର ଅନକ ଗୁରୁତ୍ଵପୂଣ୍ଣ ଅଙ୍ଗକୁ ପ୍ରଭାବିର କରିଥାଏ । ଯେତେବେଳେ ଆମେ ଠିଆ ହେବା ସମୟରେ ପାଣି ପିଉ ଏହା ଆମ ପେଟ ଉପରେ ଚାପ ପକାଇଥାଏ । ଏବଂ ପାଣି ଏସୋଫ୍ୟାଗସ ମାଧ୍ୟମରେ ଚାପ ସହିତ ସିଧାସଳଖ ପେଟରେ ପହଚିଂ ଏହା ପେଟ ଏଵଂ ପେଟର ଚାରି ପାଖ ଓ ହଜମ ପ୍ରକ୍ରିୟାକୁ କ୍ଷତି ପହଚାଂଇଥାଏ ।
କଣ ପାଇଁ ବସିକି ପଣି ପିଇବା ଉଚିତ୍ ?
ଜଳ ବିନା ଜୀବନ ପରିକଳ୍ପନା ଅସମ୍ଭବ । ମାତ୍ର ଖରା ଦିନେ ଶରୀର ଅଧିକ ଜଳ ଆବଶ୍ୟକ କରେ । ଗ୍ରୀଷ୍ମ ଋତୁରେ ପ୍ରତି 10-20 ମିନିଟରେ ଜଣେ ଶୋଷିଲା ଅନୁଭବ କରିଥାଏ । କାରଣ ପ୍ରଚଣ୍ଡ ଖରା ଯୋଗୁଁ ଦେହର ଜଳୀୟ ଅଂଶ କମିଯାଇଥାଏ । କିନ୍ତୁ ଆପଣ ଜାଣନ୍ତି କି ପାଣି ପିଇବାର ମଧ୍ୟ ଏକ ଶୈଳୀ ଅଛି, ଯଦି ଆପଣ ଭୁଲ ଉପାୟରେ ପାଣି ପିଅନ୍ତି, ତେବେ ପାଣି ପିଇବାର ଉପକାରିତା ଠାରୁ ଅପକାରିତା ଅଧିକ ହେବ । କିଛି ଲୋକ ଅଛନ୍ତି ଠିଆ ହୋଇ ପାଣି ପିଇବା ପସନ୍ଦ କରିଥାଆନ୍ତି । କିନ୍ତୁ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏକ୍ସପର୍ଟଙ୍କ କହିବାନୁସାରେ, ଠିଆ ହୋଇ ପାଣି ପିଇବା ଦ୍ବାରା କିଡନୀ ସମସ୍ୟା ହୋଇପାରେ ।
ଠିଆ ହୋଇ ପାଣି ପିଇବା ଦ୍ଵାରା ଏହି କ୍ଷତି ହୋଇଥାଏ
କିଡନୀ ସମସ୍ୟା:- ଛିଡା ହୋଇଥିବା ସମୟରେ ପାଣି ପିଇବା ଦ୍ୱାରା କିଡନୀ ରୋଗ ହେବାର ଆଶଙ୍କା ବଢିଯାଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣ କିଡନୀ ରୋଗରେ ପୀଡିତ ଅଛନ୍ତି, ତେବେ ଆପଣ ଠିଆ ହେବା ସମୟରେ ପାଣି ପିଇବା ଉଚିତ୍ ନୁହେଁ କାରଣ ଏହା ଆପଣଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଥାଏ । ଠିଆ ହୋଇ ପାଣି ପିଇବା ଦ୍ବାରା କିଡନୀ ନଷ୍ଟ ହୋଇଯିବାର ସମ୍ଭାବନା ଅଧିକ ରହିଥାଏ ବୋଲି ଏକ ରିସର୍ଚ୍ଚରେ ଜଣାପଡିଛି । ସେଥିପାଇଁ ପାଣି ପିଇବା ସମୟରେ ଆରାମରେ ବସି ପାଣି ପିଇବା ଉଚିତ୍ ଅଟେ ।
ଆଣ୍ଠୁଗଣ୍ଠିରେ ସମସ୍ୟା:- ବିଶେଷଜ୍ଞଙ୍କ ଅନୁଯାୟୀ, ଛିଡା ହୋଇଥିବା ପାଣି ପିଇବା ଦ୍ୱାରା ଶରୀରରେ ଅନେକ ପ୍ରକାରର କ୍ଷତି ହୋଇଥାଏ । ମୁଖ୍ୟତଃ ଏହା ମଧ୍ୟ ଗଣ୍ଠିକୁ କ୍ଷତି ପହଞ୍ଚାଏ । ଆର୍ଥ୍ରାଇଟିସର ଏହା ହେଉଛି ବିଶେଷ ଲକ୍ଷଣ । କେବଳ ଏତିକି ନୁହେଁ, ସ୍ନାୟୁ ଏବଂ ପାନୀୟ ଜଳର ଉତ୍ତେଜନା ଶରୀରରେ ତରଳ ପଦାର୍ଥର ମାତ୍ରାକୁ ବୃଦ୍ଧି କରିଥାଏ । ଯାହା ଦ୍ବାରା କି ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହୋଇଥାଏ ।
ଫୁସଫୁସର କ୍ଷତି:- ଯଦି ଆପଣ ଫୁସଫୁସ ରୋଗରେ ପୀଡିତ ଅଛନ୍ତି, ତେବେ ଠିଆ ହୋଇ ପାଣି ପିଇବା ଠାରୁ ଦୂରେଇ ରୁହନ୍ତୁ। କାରଣ ଠିଆ ହୋଇ ପାଣି ପିଇବା ଦ୍ବାରା ଶରୀରରେ ଅମ୍ଳଜାନର ମାତ୍ରା କମ ହୋଇଯାଇଥାଏ । ଏହି କାରଣରୁ ଫୁସଫୁସ ପ୍ରତି ଖରାପ ପ୍ରଭାବ ପଡିପାରେ ବୋଲି କୁହାଯାଇଛି ।
ହଜମ କ୍ରିୟାରେ ଅସୁବିଧା:- ଠିଆ ହୋଇ ପାଣି ପିଇବା ଦ୍ବାରା ଖାଦ୍ୟ ଠିକ ଭାବେ ହୋଇପାରେ ନାହିଁ । କାରଣ ଯେତେବେଳେ ଆମେ ଠିଆ ହୋଇ ପାଣି ପିଇଥାଉ ସେତେବେଳେ ପାଣି ଅତି କ୍ଷିପ୍ର ବେଗରେ ପେଟ ଭିତରକୁ ଯାଇଥାଏ। ଏବଂ ତଳି ପେଟ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ଫଳରେ ହଜମ ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଥାଏ