ଘର
ଓଡ଼ିଶା
ଛତିଶଗଡ଼ ନାରାୟଣପୁରରେ ବଡ଼ ଧରଣର ଏନକାଉଣ୍ଟର
ଛତିଶଗଡ଼ ନାରାୟଣପୁରରେ ବଡ଼ ଧରଣର ଏନକାଉଣ୍ଟର
by Rashmita Mishra
NEWS HIGHLIGHTS
- ଛତିଶଗଡ଼ ନାରାୟଣପୁରରେ ବଡ଼ ଧରଣର ଏନକାଉଣ୍ଟର
- ପୋଲିସ ଏନକାଉଣ୍ଟରରେ 7 ମାଓବାଦୀଙ୍କ ନିପାତ
- DRG, STF , CRPF ଙ୍କ ମିଳିତ ଅପରେସନକୁ ବଡ଼ ସଫଳତା
- ନକ୍ସଲଙ୍କ ପଛରେ ପୁରା ହାତ ଧୋଇ ପଡିଛନ୍ତି କେନ୍ଦ୍ର ସରକାର
- ନକ୍ସଲ କନେକ୍ସନରେ ଥିବା ଲୋକଙ୍କୁ ବି ଛଡାଯିବନି
- ଜାରି ରହିବ ଆଣ୍ଟି ନକ୍ସଲ ଅପରେସନ ପ୍ଲାନ
ଅର୍ଗସ ବ୍ୟୁରୋ: ଛତିଶଗଡ ନାରାୟଣପୁରର ଏହି ନକ୍ସଲ ଅପରେସନ କିଛି ଏମିତି ଢଙ୍ଗରେ ଆରମ୍ଭ ହୋଇଥିଲା । ନାରାୟଣପୁରର ଅବୁସମାଡ ଜଙ୍ଗଲରେ 50ରୁ 60ଜଣ ମାଓବାଦୀ ଲୁଚି ରହିଥିବାର ଖବର ପାଇଥିଲା ପୋଲିସ । ଏକ ବଡ଼ ଧରଣର ଆକ୍ରମଣ ପାଇଁ ମାଓବାଦୀମାନେ ଯୋଜନା କରୁଥିଲେ । ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟି ଓ ଇନ୍ଦ୍ରାବତୀ ଏରିଆ କମିଟିର ସଦସ୍ୟ ସାମିଲ ଥିଲେ । ପୋଲିସ ଭୋର 3ଟାରୁ ଆରମ୍ଭ କରିଥିଲା କମ୍ବିଂ ଅପରେସନ । ଅପରେସନ ବେଳର ଇଏ ହେଉଛି ଦୃଶ୍ୟ । ଅପରେସନରେ ହଜାରେରୁ ଅଧିକ ପୋଲିସ ନିୟୋଜିତ ଥିଲେ । ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଏହାର ଜବାବ ଦେଇଥିଲେ ସୁରକ୍ଷା କର୍ମୀ । ଆଟାକ-କାଉଣ୍ଟର ଆଟାକ । ପୋଲିସ ଏନକାଉଣ୍ଟରରେ 7 ମାଓବାଦୀ ନିପାତ । ଅପରେସନ ରେ ସାମିଲ ଥିଲେ ନାରାୟଣପୁର, କୋଣ୍ଡା ଗାଁ, ଜଗଦଲପୂର୍, ଓ ଦଣ୍ଟେୱାଡା ସୁରକ୍ଷା ବାହିନୀ । ଘଟଣାସ୍ଥଳ ରୁ ଅଟୋମେଟିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । LMG, AK-47, INSAS, SLR ବନ୍ଧୁକ ଜବତ କରାଯାଇଛି । ମୃତ ମାଓବାଦୀଙ୍କ ନାଁରେ ମୋଟ 2କୋଟି 62ଲକ୍ଷ ଟଙ୍କାର ଇନାମ ଘୋଷଣା କରାଯାଇଥିଲା ।
ଆଗାମୀ 15 ତାରିଖରେ ଛତିଶଗଡ଼ ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉପହାର ଦେଇଛନ୍ତି ସୁରକ୍ଷା ବାହିନୀ । ଗତ 10 ତାରିଖରୁ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ । ଏହି ଅପରେସନର ଶ୍ରେୟ ଯାଉଛି ସେହି ସୁରକ୍ଷା ବାହିନୀ ନିକଟକୁ ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ।
2026 ଶେଷ ସୁଦ୍ଧା ମାଓବାଦୀଙ୍କ ମୁଳପୋଛ ହେବା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ନିକଟରେ ଭୁବନେଶ୍ବରରେ ଶେଷ ହୋଇଥିବା ଡିଜି-ଆଇଜି ସମ୍ମିଳନୀରେ ମଧ୍ୟ ନକ୍ସଲଙ୍କ ମୂଳତ୍ପାଟନ ଉପରେ ଗୁରୁତ୍ବ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା । ଏବେ ନକ୍ସଲଙ୍କ ପଛରେ ହାତ ଧୋଇ ପଡିଯାଇଛନ୍ତି କେନ୍ଦ୍ର ସରକାର । ନକ୍ସଲ କନେକ୍ସନରେ ଥିବା ଲୋକଙ୍କୁ ଛଡାଯିବନି । ଜାରି ରହିବ ଆଣ୍ଟି ନକ୍ସଲ ଅପରେସନ ।
ସେପଟେ ମାଲକାନଗିରିରେ NIA ରେଡ । ନକ୍ସଲ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି ରେଡ୍ କରିଛି । ମୋଟୁ ନିକଟସ୍ଥ ଅନନ୍ତପାଲିସମେତ ସୁକମାର ଦୁଇଟି ସ୍ଥାନରେ ମଧ୍ୟ ଚଢ଼ାଉ ହୋଇଛି। ଭୋର 4 ଟାରୁ BSF ଓ DVF ଙ୍କ ସହାୟତାରେ ରେଡ୍ ହୋଇଛି । ଆଜି ଓଡ଼ିଶା, ଜମ୍ମୁ କାଶ୍ମୀର ସମେତ 4 ରାଜ୍ୟର 19 ଟି ସ୍ଥାନରେ NIA ରେଡ କରିଛି ।