କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କର ଦ୍ଵିତୀୟ ଦିନର ଗସ୍ତ କାର୍ଯ୍ୟକ୍ରମ । କେନ୍ଦୁଝର ଷ୍ଟାଡିୟମ୍ ପଡିଆରେ ମର୍ଣ୍ଣିଂ ୱାକ୍ ସହ ଚାଏ ପେ' ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଲେ CM । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝରରେ ଜାତୀୟସ୍ତରର ଷ୍ଟାଡ଼ିୟମ କରିବାକୁ ପ୍ରୟାସ କରାଯିବ । କେନ୍ଦ୍ର ସରକାର ଖେଲୋ ଇଣ୍ଡିଆ ଭଳି ଯୋଜନା କରି କ୍ରୀଡ଼ାକୁ ପ୍ରୋତ୍ସାହିତ କରୁଛନ୍ତି । କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ହେବ, ଅଧିକ ପ୍ରତିଭା ସୃଷ୍ଟି କରାଯିବ । କ୍ରୀଡ଼ାକୁ ଆହୁରି ଆଗକୁ ନେବାକୁ ହେବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଷ୍ଟାଡ଼ିୟମ୍ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି ।
ମୁଁ ବିଧାୟକ ଥିଲାବେଳେ ବିଧାନସଭାରେ ଏ ପ୍ରସଙ୍ଗ ଉଠିଥିଲା । ଏନେଇ ମୁଁ ସେତେବେଳେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । ଏବେ କେନ୍ଦୁଝର ଷ୍ଟାଡ଼ିୟମ୍ ହେବ । ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା ସରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି କେନ୍ଦୁଝର ଡି. ଡି. କଲେଜ ପଡ଼ିଆରେ ହେଲଥ କ୍ୟାମ୍ପରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଅଡିଟୋରିୟରେ ସମ୍ବାଦ ପକ୍ଷରୁ ଆୟୋଜିତ Climate Panchayat କାର୍ଯ୍ୟକ୍ରମରେ ସାମିଲ୍ ହେବେ । ପରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ରୌପ୍ୟ ଜୟନ୍ତୀରେ ଯୋଗଦେବେ । ସନ୍ଧ୍ୟାରେ ମଣ୍ଡୁଆ ସ୍ଥିତ ନିଜ ବାସଭବନରେ ଅଭିଯୋଗ ପ୍ରକୋଷ୍ଠର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ନରଣପୁର ସ୍ଥିତ ବିଜେପି କାର୍ଯ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେବେ ସିଏମ୍।
ଆହୁରି ପଢନ୍ତୁ ଓଡିଶା ଖବର...