ଏହି ସେଣ୍ଟର ହାଇଦ୍ରାବାଦ, ଚେନ୍ନାଇ, ନୋଏଡା ଏବଂ ପୁଣେରେ ନିର୍ମାଣ କରାଯାଉଛି। ବର୍ତ୍ତମାନର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁଗରେ ଡାଟା ସେଣ୍ଟର ଗୁଡିକର ବିସ୍ତୃତ ନେଟୱର୍କର ବ୍ୟବହାର ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆପଣେଇବା ଲାଗି ପ୍ରୋତ୍ସାହିତ କରିବ ଏବଂ ଦେଶର ଡିଜିଟାଲ୍ ଅଭିଳାଷାକୁ ଇନ୍ଧନ ଯୋଗାଇବ । ବ୍ରିଟିଶ ସେପ୍ଠି କାଉନସିଲର ସିଇଓ ମାଇକ୍ ରିବନସନ୍ କହିଛନ୍ତି, ଉତ୍କୃଷ୍ଟ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ଅଡିଟ୍ କ୍ଷେତ୍ରରେ ଆଦାନୀ କୋନେକ୍ସ ଉତ୍କୃଷ୍ଟ ଉପଲବ୍ଧି ହାସଲ କରିଛି। ଆଦାନୀ କୋନେକ୍ସର ଚିଫ୍ ବିଜନେସ୍ ଅଫିସର ସଞ୍ଜୟ ଭୂଟାନି କହିଛନ୍ତି, ସୁରକ୍ଷା ହିଁ ଅଭିବୃଦ୍ଧିର ଆଧାର ସାଜିଛି। ବ୍ରିଟିଶ ସେପ୍ଠି କାଉନସିଲ୍ ଅନୁସାରେ ଜଣେ କର୍ମଚାରୀ କାର୍ଯ୍ୟ କରୁଥିବା ସମୟରେ ଆଘାତପ୍ରାପ୍ତ କିମ୍ବା ଅସୁସ୍ଥ ହେବା ଉଚିତ୍ ନୁହେଁ। ୧୯୫୭ ମସିହାରେ ପ୍ରତିଷ୍ଠା ହୋଇଥିବା ବ୍ରିଟିଶ ସେପ୍ଠି କାଉନସିଲ୍ କର୍ମଚାରୀମାନେ କର୍ମକ୍ଷେତ୍ରରେ କେମିତି ସୁରକ୍ଷିତ ରହିବେ ସେନେଇ କମ୍ପାନୀ ଗୁଡିକରେ ଅଧ୍ୟୟନ କରିଥାଏ। ବିଶ୍ବରେ ୬୦ରୁ ଅଧିକ ଦେଶରେ ଥିବା ବ୍ରିଟିଶ ସେପ୍ଠି କାଉନସିଲର ସଦସ୍ୟମାନେ କର୍ମଚାରୀଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟରକ୍ଷା କ୍ଷେତ୍ରରେ କାମ କରୁଛି। କମ୍ପାନୀର ବିଶ୍ବାସ ଯେ, ସୁରକ୍ଷିତ କାର୍ଯ୍ୟ ପରିବେଶ ଗୋଟିଏ ବ୍ୟବସାୟର ପ୍ରଗତି ପାଇଁ ଆବଶ୍ୟକ ହୋଇଥାଏ।
ଅଧିକ ପଢନ୍ତୁ ଭାରତ ଖବର