ଏନେଇ CSIR-NBRI ସଂସ୍ଥା ପକ୍ଷରୁ ସାଂକେତିକ ଭାବେ ହର୍ବାଲ ଗୁଲାଲକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଦାନ କରାଯାଇଛି । CSIR- ଜାତୀୟ ବଟାନିକାଲ ଗବେଷଣା ଅନୁଷ୍ଠାନ ଲକ୍ଷ୍ନୌ ଏହି ପ୍ରାକୃତିକ ଫୁଲରୁ ଅବିର ପ୍ରସ୍ତୁତି ପାଇଁ ବ୍ୟାପକ ପଦକ୍ଷେପ ନେଇଛି । ବିଭିନ୍ନ ଦୁର୍ଭଲ ଫୁଲକୁ ନେଇ ଏକ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଏଥିରେ ପ୍ରମୁଖ ଭାବେ କଚନାର ଫୁଲକୁ ସ୍ଥାନିତ କରାଯାଇଛି । ଯେଉଁଥିରୁ ହର୍ବାଲ ଗୁଲାଲ ପ୍ରସ୍ତୁତ ହେଉଛି । ଏହି ଅବିର ସମ୍ପୂର୍ଣ୍ଣ ଭାବେ ପରିବେଶ ଅନୁକୂଳ ସହ ପ୍ରାକୃତିକ ପଦ୍ଧତିରେ ପ୍ରସ୍ତୁତ କରାଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
ବିଶ୍ବାସ ରହିଛି ତେତ୍ରୟା ଯୁଗରେ ରଙ୍ଗ ପାଇଁ ଏହି ଫୁଲର ବ୍ୟବହାର ହେଉଥିଲା । ଏହାସହିତ ଏହି ଫୁଲ ଆୟୁର୍ବେଦିକ ସମେତ ବିଭିନ୍ନ ରୋଗ ପାଇଁ ଔଷଧ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର ହେଉଛି । CSIR-NBRIର ପଦକ୍ଷେପ ଦ୍ବାରା ଦେଶରେ ନୂଆ ଉଦ୍ୟୋଗ ସୃଷ୍ଟି ସହ ରୋଜଗାର ବଢିବ । କଚନାର ଫୁଲରୁ ପ୍ରସ୍ତୁତ ଗୁଲାଲ କିଭଳି ବଜାରରେ ଅଧିକରୁ ଅଧିକ ଉପଲବ୍ଧ ହେବ ସେଥିପାଇଁ ସଂସ୍ଥା ପକ୍ଷରୁ ୟୁପି ସମେତ ଦେଶର ବିଭିନ୍ନ କମ୍ପାନୀକୁ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରିଛି CSIR-NBRI ।