ଏହି ସ୍ପେସ ଷ୍ଟେସନ କଣ
ସ୍ପେସ ଷ୍ଟେସନକୁ ଆର୍ବିଟଲ ଷ୍ଟେସନ କୁହାଯାଇଥାଏ। ଏହାକୁ ଏଷ୍ଟ୍ରୋନଟ୍ସଙ୍କ ରହଣୀ ପାଇଁ ବ୍ୟବହାର କରାଯାଇଥାଏ। ଆଉ ସେମାନଙ୍କ ସୁବିଧାକୁ ଧ୍ୟାନରେ ରଖି ଏହି ଘର ପ୍ରସ୍ତୁତ କରାଯାଇଥାଏ। ପୃଥିବୀରୁ ଅନ୍ତରୀକ୍ଷକୁ ଯାଉଥିବା ଲୋକ ଏହି ଘରେ ରହିପାରିବେ। ଏହି ଷ୍ଟେସନର ଏତେ କ୍ଷମତା ଯେ, ଏହାଉପରେ ସ୍ପେସକ୍ରାପ୍ଟ ମଧ୍ୟ ଓହ୍ଲାଇ ପାରିବ ।
କିପରି ହେବ ଭାରତର ସ୍ପେସ୍ ଷ୍ଟେସନ୍ ?
ଭାରତର ସ୍ପେସ୍ ଷ୍ଟେସନରେ 5ଟି ମଡ୍ୟୁଲ୍ ରହିବ। ଏହାକୁ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ ଯେପରିକି ମହାକାଶଚାରୀଙ୍କ ରହିବା, ଅନୁସନ୍ଧାନ, ଯୋଗାଯୋଗ ପାଇଁ ବ୍ୟବହୃତ ହେବ। ତେବେ ପ୍ରଥମେ ଏହି ଷ୍ଟେସନରେ ୩ ମହାକାଶଚାରୀଙ୍କ ରହିବା ପାଇଁ ଡିଜାଇନ୍ କରାଯିବ। ପରେ ଏହାର କାପାସିଟ୍ ବଢାଇଦିଆଯିବ। ଏହା ୨୭ ମିଟର ଲମ୍ବ ଏବଂ ୨୦ ମିଟର ଚଉଡା ହେବ । ଅର୍ଥାତ ଏହାର ସାଇଜ୍ ଏକ ଫୁଟବଲ ମଇଦାନର ଏକ ଚତୁର୍ଥାଂଶ ସହିତ ସମାନ ହେବ । ଭାରତ ସ୍ପେସ ଷ୍ଟେସର ଓଜନ ୫୨ ଟନ୍ ରହିବ। ଏହା ପୃଥିବୀର ନିମ୍ନ କକ୍ଷପଥଠାରୁ 400 କିଲୋମିଟର ଉପରେ ସ୍ଥାପିତ ହେବ | ଏଥିସହିତ ଏହି ସ୍ପେସ ଷ୍ଟେସନରେ ଏକ ବଡ ଝରକା ରହିବ। ଯାହାଦ୍ୱାରା ଏଷ୍ଟ୍ରନେଟ୍ ସେଠାରୁ ପୃଥିବୀକୁ ଦେଖିପାରିବେ। ଗତ 8 ଦଶନ୍ଧି ମଧ୍ୟରେ ଭାରତର ମହାକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ବହୁତ ଅଗ୍ରଗତି କରିଛି । ଏବେ ଅନ୍ତରୀକ୍ଷରେ ଘର ନିର୍ମାଣ କରିବାକୁ ଯାଉଛି ଭାରତ ।
ଅଧିକ ଦେଖନ୍ତୁ :