ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ ପି ନଡ୍ଡା । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ 4ଟା 30ରେ ପହଞ୍ଚିବେ ନଡ୍ଡା । ସେଠୁ ସିଧା ସଳଖ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ରଙ୍ଗେଈଲୁଣ୍ଡା ଏୟାରଷ୍ଟ୍ରିପ ଯିବେ । ସାଢେ 5ଟା ରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା। ପରେ 6 ଟା 45ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହି କାର୍ଯ୍ୟକର୍ତ୍ତା ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର, କୋରାପୁଟର କାର୍ଯ୍ୟକର୍ତ୍ତା ଯୋଗ ଦେବେ । ବ୍ରହ୍ମପୁରରେ ରାତ୍ରି ଯାପନ କରି ଆସନ୍ତାକାଲି ଦିଲ୍ଲୀ ଫେରିବେ ନଡ୍ଡା।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ : ଗତ କାଲି ଅହମ୍ମଦାବାଦ ଷ୍ଟାଡିୟମରେ ଚେନ୍ନାଇ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲା ଗୁଜୁରାଟ ଟାଇଟନ୍ସ । ଚେନ୍ନାଇର ସମସ୍ତ ଯୋରଦାର ଆଟାକ କରିଥିଲେ ଅଧିନାୟକ ଶୁଭମନ ଗିଲ୍ ଏବଂ ଷ୍ଟାର ଓପନର ସାଇ ସୁଦର୍ଶନ । ଏହି ମ୍ୟାଚରେ ଉଭୟ ବ୍ୟାଟର ଦମଦାର ଶତକ ହାସଲ କରିବା ସହିତ ଦଳକୁ ଏକ ବିଶାଳ ସ୍କୋରର ଲକ୍ଷ୍ୟ ଦେଇଛି ଗୁଜୁରାଟ ।
ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକ୍ୱାଡ । ଦଳର କୌଣସି ବୋଲର ଗୁଜୁରାଟର ଓପନରଙ୍କୁ ବାନ୍ଧି ରଖିବାରେ ସଫଳ ହୋଇ ପାରି ନାହାନ୍ତି । ତେବେ ଏହାର ଫାଇଦା ଉଠାଇ ବିସ୍ଫୋରକ ବ୍ୟାଟିଂର ଜଲୱା ଦେଖାଇଛନ୍ତି ଗୁଜୁରାଟର ଅଧିନାୟକ ଶୁଭମନ ଗିଲ୍ ଏବଂ ଷ୍ଟାର ଓପନର ସାଇ ସୁଦର୍ଶନ । ଚେନ୍ନାଇ ବିପକ୍ଷ ଏହି ମ୍ୟାଚରେ ଉଭୟ ଓପନର ଦମଦାର ବ୍ୟାଟିଂ କରି ଶତକ ହାସଲ କରିଛନ୍ତି ।
ଅଧିକ ପଢନ୍ତୁ ଖେଳ ଖବର
ଶୁଭମନ ମାତ୍ର ୫୨ ବଲରୁ ୯ଟି ଚୌକା ଏବଂ ୬ଟି ଛକା ସହିତ ଶତକ ହାସଲ କରିଥିବା ବେଳେ ସାଇ ସୁଦର୍ଶନ ୫୦ ବଲରୁ ଶତକ ହାସଲ କରିଛନ୍ତି । ତେବେ ୫ଟି ଚୌକା ଏବଂ ୭ଟି ଛକା ସହ ଶତକ ପୂରଣ କରିବା ପରେ ସାଇ(୧୦୩) ତୁଷାର ଦେଶପାଣ୍ଡେଙ୍କ ବଲରେ କ୍ୟାଚ୍ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ଏହାପରେ ଗିଲ୍(୧୦୪) ମଧ୍ୟ ଏହି ଓଭରର ଶେଷ ବଲରେ ନିଜ ୱିକେଟ ହରାଇଥିଲେ ।
ଅର୍ଗସ ବ୍ୟୁରୋ : ବର୍ତ୍ତମାନ ସମୟରେ ସମସ୍ତେ କିଛି ନା କିଛି କାମରେ ଵ୍ୟସ୍ତ ରହୁଛନ୍ତି । ତାରି ଭିତରେ ସମସ୍ତଙ୍କ ପାଖରେ ଅନେକ ରୋଗ ଦେଖାଯାଉଛି ଏବେ । ଆପଣଙ୍କର ହାତ ଏବଂ ଆଙ୍ଗୁଠିରେ ଯଦି ପ୍ରବଳ ଯନ୍ତ୍ରଣା ହେଉଛି ଏହି ରୋଗର କାରଣ ହୋଇପାରେ।
ଆପଣ ଆଙ୍ଗୁଠି,ପାପୁଲି ବେଳେବେଳେ ପୁରା ହାତରେ ଭାର ବହନ କରିଥାନ୍ତି । ସେଥିପାଇଁ ପ୍ରବଳ ଯନ୍ତ୍ରଣା ଅନୁଭବ ହୁଏ । ବିଶେଷକରି ଯେତେବେଳେ ଆପଣ ଏକ କମ୍ପ୍ୟୁଟର କିମ୍ବା ଲାପଟପ୍ ରେ କାମ କରନ୍ତି ଯଦି ଏହା ଘଟେ ତେବେ ଏହା କାର୍ପାଲ ଟନେଲ ସିଣ୍ଡ୍ରୋ ହୋଇପାରେ । କାର୍ପାଲ ଟନେଲ ସିଣ୍ଡ୍ରୋମ ହାତ ଏବଂ ହାତଗୋଡ଼ରେ ପ୍ରବଳ ଯନ୍ତ୍ରଣା ହୋଇଥାଏ । ଏହି ସିଣ୍ଡ୍ରୋମ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ହୋଇଥାଏ। ପ୍ରାୟତଃ ଏହି ସମସ୍ୟା ୩୦ ବର୍ଷ ପରେ କିମ୍ବା ଗର୍ଭଧାରଣ ସମୟରେ ଆରମ୍ଭ ହୋଇଥାଏ । ତଥାପି ବେଳେବେଳେ ଗୋଟିଏ ହାତର ଅତ୍ୟଧିକ ବ୍ୟବହାର, କମ୍ପ୍ୟୁଟର କିମ୍ବା ଲାପଟପ୍ ଉପରେ ଅଙ୍ଗୁଳି ଉଠାଇବା କିମ୍ବା ହାତର ସ୍ଥିତି ଯୋଗୁଁ ଏହା ଘଟିଥାଏ ।
କାର୍ପାଲ ଟନେଲ ସିଣ୍ଡ୍ରୋମ ଆରମ୍ଭ ହୁଏ ଯେତେବେଳେ ସେବେ ଯଦି ଯତ୍ନ ନିଆଯାଏ ନାହିଁ ତେବେ ସମସ୍ୟା ବଢିବାରେ ଲାଗେ । ଏହି ଅବସ୍ଥାରେ ଆଙ୍ଗୁଠିର ମଧ୍ୟମ ଏବଂ ରିଙ୍ଗ ଆଙ୍ଗୁଠିରେ ଯନ୍ତ୍ରଣା ହୁଏ ।ଅନେକ ଥର ପୁରା ହାତଗୋଡ, କାନ୍ଧ ଏବଂ ଆଙ୍ଗୁଠିରେ ଯନ୍ତ୍ରଣା ହୁଏ ।
କାର୍ପାଲ ଟନେଲ୍ କ’ଣ
କାର୍ପାଲ୍ ଟନେଲ୍ ହେଉଛି ଏକ ସଂକୀର୍ଣ୍ଣ ରୋଗ ଯାହା ହାଡ ଏବଂ ଅନ୍ୟ କୋଷମାନଙ୍କୁ ନେଇ ତିଆରି ହୁଏ ।ଆମ ଶରୀରରେ ଆଙ୍ଗୁଠି, ମଧ୍ୟମ ଆଙ୍ଗୁଠି ଏବଂ ରିଙ୍ଗ ଆଙ୍ଗୁଠି ସହିତ ମଧ୍ୟମ ସ୍ନାୟୁ ଯୋଡି ହୋଇ ରହିଛି । ଏହା ହେବାର ମୁଖ୍ୟ କାରଣ କୀବୋର୍ଡ୍ କିମ୍ବା ମାଉସ୍ ର ଅତ୍ୟଧିକ ବ୍ୟବହାର କରିବା ସହ ଅଧିକ ସମୟ ଟାଇପିଂ କରିବା ,ଜେନେଟିକ୍ସ,ମଧୁମେହ,ଥାଇରଏଡ୍ ସମସ୍ୟା,ଉଚ୍ଚ ରକ୍ତଚାପ ଖାଲି ସେତିକି ନୁହେଁ ଅତ୍ୟଧିକ ମଦ୍ୟପାନ କରିବା ମଧ୍ୟ ଏହାରର ଏକ କାରଣ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ : ଉତ୍ତରପ୍ରଦେଶରେ ବଡ଼ଘରଣର ଅଘଟଣ । ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁ । ଯାହାକୁ ନେଇ ସୀତାପୁରର ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ । କାହିଁକି ଏଭଳି ଘଟଣା ଘଟିଲା ତାହାକୁ ନେଇ ଏବେ ଚର୍ଚ୍ଚା । ଗୋଟିଏ ପରିବାରର ମା, ପତ୍ନୀ ଏବଂ ପିଲାମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ପୁଅ । ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କ ମା’ଙ୍କୁ ଗୁଳି କରି ହତ୍ୟା କରିବା ପରେ ପତ୍ନୀଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିବା ଜଣାପଡିଛି ।
ମଥୁରା ଥାନା ଅଧୀନ ପହ୍ଲାପୁର ଗାଁରେ ଘଟିଛି ଏଭଳି ଘଟଣା । ଗାଁର ଅନୁରାଗ ସିଂହ ଗତ ରାତିରେ ନିଜ ହାତରେ ନିଜ ପରିବାରକୁ ଛାରଖାର କରି ଦେଇଛନ୍ତି । ପ୍ରଥମେ ସେ ନିଜ ମା’ ୬୨ ବର୍ଷୀୟା ସାବିତ୍ରୀ ଦେବୀଙ୍କୁ ଗୁଳି ମାରିଥିବା ବେଳେ ପତ୍ନୀ ପ୍ରିୟଙ୍କା ସିଂହଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି ଦେଇଥିଲେ । ଏହାପରେ ନିଜର ୧୨ ବର୍ଷୀୟା ଓ ୮ ବର୍ଷୀୟା ଝିଅ ଓ ୪ ବର୍ଷର ପୁଅକୁ ଛାତକୁ ନେଇ ତଳକୁ ଫୋପାଡ଼ି ଦେଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ସୀତାପୁର ଏସଏସପି ଚକ୍ରେଶ ମିଶ୍ର କହିଛନ୍ତି, ଆଜି ମଥୁରାର ରାମପୁର ଥାନାକୁ ଘଟଣା ସମ୍ପର୍କରେ ଖବର ଆସିଥିଲା । ତଦନୁଯାୟୀ, ୪୫ ବର୍ଷୀୟ ଅନୁରାଗ ସିଂ ନାମକ ଜଣେ ମାନସିକ ରୋଗରେ ପିଡିତ ବ୍ୟକ୍ତି ନିଜକୁ ଗୁଳି କରି ମାରିବା ପୂର୍ବରୁ ପରିବାରର ୫ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଏବଂ ଏଫଏସଏଲ ଟିମ୍ ତଦନ୍ତ କରୁଛି ।