ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ସିକିମ ପାଇଁ ବିଜେପିର ଇସ୍ତାହାର ଘୋଷଣା ହୋଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡାଙ୍କ ଉପସ୍ଥିତିରେ ଘୋଷଣା ହୋଇଛି ଇସ୍ତାହାର । ସିକିମର ସର୍ବାଙ୍ଗୀନ ବିକାଶ ପାଇଁ ଏଥିରେ ଗୁରୁତ୍ବ ଦିଆଯାଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡାଙ୍କ ଉପସ୍ଥିତିରେ ସିକିମ ପାଇଁ ବିଜେପିର ଇସ୍ତାହାର ଘୋଷଣା। ସିକିମର ସର୍ବାଙ୍ଗୀନ ବିକାଶ ପାଇଁ ଗୁରୁତ୍ୱ। ସିକିମରେ ପ୍ରତିଷ୍ଠା ହେବ ଆଇଆଇଏମ୍ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନ୍ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ : ବିଜେଡ଼ିରେ ରାଲିରେ ମହୁମାଛିଙ୍କ ଆକ୍ରମଣ । ହଟହଟା ହେଲେ ବିଜେଡିର ନେତା ଓ କର୍ମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ବିଶୋଇ ଠାରେ । ବିଜେଡ଼ିର ଶହ ଶହ କର୍ମୀଙ୍କୁ ନେଇ ଡିଜେ ଧ୍ଵନୀର ତାଳେ ତାଳେ ରାଲିରେ ଚାଲିଥିବା ବେଳେ ଡିଜେର କାନଫଟା ଧ୍ଵନୀରେ ଥାନା ନିକଟ ବରଗଛରେ ବସାବାନ୍ଧିଥିବା ମହୁମାଛିର ଆକ୍ରମଣର ଶିକାର ହୋଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ହେଲେ ଖୋଲା ଗାଡ଼ିରେ ଅଭିବାଦନ ଗ୍ରହଣ କରୁଥିବା ସାଂସଦ ପ୍ରାର୍ଥୀ, ବିଧାୟକ ପ୍ରାର୍ଥୀ ତଥା ରାଲିରେ ଯୋଗଦେଇଥିବା କର୍ମୀ ମାନେ ଥିଲେ । ମହୁମାଛିର କାମୁଡାରୁ କେହି ବି ବର୍ତ୍ତି ପାରିନଥିଲେ । ରାଲି ଚାଲିଥିବା ମହିଳା ମାନେ ଏଣେତେଣେ ଦୌଡ଼ୁଥିବା ବେଳେ ଖୋଲା ଗାଡ଼ିରେ ଅଭିବାଦନ ଗ୍ରହଣ କରୁଥିବା ସାଂସଦ ପ୍ରାର୍ଥୀ, ବିଧାୟକ ପ୍ରାର୍ଥୀ ତଥା ଅନ୍ୟ ନେତା ଗଣ ଗାମୁଛା ହଲାଇ ମହୁମାଛିଙ୍କୁ ଘଉଡାଉଥିବା ବେଳେ ଆଉ କିଏ ଗାମୁଛାରେ ମୁଣ୍ଡକୁ ଢାଙ୍କୁ ଥିବାର ଦେଖାଯାଇଥିଲା ।
ଅର୍ଗସ ବ୍ୟୁରୋ : ସାଲେପୁର ବାଲିସାହି ପୋଲ ନିକଟ ଅଘଟଣ । କେନ୍ଦ୍ରାପଡା କେନାଲ ଭିତରକୁ ଭାରସ୍ୟମ ହରାଇ ଗ୍ୟାସ ବୋଝେଇ ଅଟୋ ଗାଡି । ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଲେ ଅଟୋ ଡ୍ରାଇଭର । ସ୍ଥାନୀୟ ଲେକେ ଅଟୋ ଡ୍ରାଇଭରକୁ କଲେ ଉଦ୍ଧାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୂଚନା ମୁତାବକ ସ୍ଥାନୀୟ କେନ୍ଦୁପାଟଣା ଅଞ୍ଚଳରେ ଥିବା ପ୍ରିୟା ଗ୍ୟାସ ଏଜେନ୍ସି ନାମକ ର ଗ୍ୟାସ ବୋଝେଇ ଅଟୋ ଗାଡି ବୋଲି ଜଣା ପଡ଼ିଛି । ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଅଟୋ ଗାଡିକୁ ଜବତ କରିଛି । ଗ୍ୟାସ ଭଳି ବିପଦପୂର୍ଣ୍ଣ ଦ୍ରବ୍ୟ ପରିବହନ କରୁଥିବା ଅଟୋ ଗାଡିର କାଗଜପତ୍ର ଯାଞ୍ଚ କରିବା ସହ କେଉଁଆଡୁ ଗ୍ୟାସ ଯାଉଥିବା ଏନେଇ ପୋଲିସ ଖୋଲତାଡ଼ କରୁଥିବାର ସୂଚନା ମିଳିଛି ।