ସେପଟେ ଇଡିର ଆଉ ଏକ ଟିମ୍ ରାସନ ଦୁର୍ନୀତିରେ ପୂର୍ବତନ ନଗରପାଳିକା ଚେୟାରମ୍ୟାନ୍ ତଥା ଟିଏମସି ନେତା ଶଙ୍କର ଆଧ୍ୟାଙ୍କ ଘରେ ରେଡ୍ କରିଥିଲା। ପଶ୍ଚିମବଙ୍ଗରେ ରାସନ ସ୍କାମକୁ ନେଇ ଇଡିର ତଦନ୍ତ ଚାଲିଥିବା ବେଳେ ଟିଏମସି ବାରମ୍ବାର ଇଡିର ତଦନ୍ତରେ ବାଧା ଦେବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ହେଉଛି। ତେବେ ଇଡି ଉପରେ ହୋଇଥିବା ଆକ୍ରମଣକୁ ନେଇ ରାଜନୀତି ମଧ୍ୟ ତେଜିଛି। ଏହି ଆକ୍ରମଣକୁ କେନ୍ଦ୍ରମନ୍ତ୍ରୀ ନୀଶିଥ ପରମାଣିକ୍ ନିନ୍ଦା କରିଥିବା ବେଳେ ଇଡିକୁ ନେଇ ପୁରୁଣା ରାଗ ଗାଇଛି ଟିଏମସି ।
କ୍ଷମତାର ଫାଇଦା ଉଠାଇ ଦୁର୍ନୀତିର ଚାରା ବୁଣିଛନ୍ତି ଇଣ୍ଡି ଆଲାଏନ୍ସ ବଡ଼ ବଡ଼ ନେତା। ଆଉ ଇଡି ଏହି ଦୁର୍ନୀତିର ଚେର କାଟିବାକୁ ବାହାରିଲେ ଏମାନଙ୍କୁ ଲାଗୁଛି ଝଟକା। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମୁଣ୍ଡରେ ଗିରଫଦାରୀ ଖଣ୍ଡା ଝୁଲୁଥିବା ବେଳେ କେଜ୍ରିୱାଲଙ୍କୁ ଚତୁର୍ଥ ଥର ପାଇଁ ସମନ ଦେବାକୁ ପ୍ରସ୍ତୁତ ଇଡି ସେପଟେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ମଧ୍ୟ ଇଡିର ଡାକରା ପଡ଼ିଛି। ଆଉ ଏପଟେ ପଶ୍ଚିମବଙ୍ଗରେ ବି ଘାଣ୍ଟୁଛି ଇଡି ।
ଅଧିକ ପଢ଼ନ୍ତୁ ଦେଶ ଖବର: