ଅଯୋଧ୍ୟାର ଜ୍ୟାତିଷ କଲ୍କି ରାମ କହିଛନ୍ତି, ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ୧୭ ଜୁଲାଇରୁ ଚତୁର୍ମାସର ଆରମ୍ଭ ହୋଇଥାଏ। ଏହି ୪ ମାସ ମଧ୍ୟରେ ମୁଣ୍ଡନ, ଗୃହ ନିର୍ମାଣ ଏବଂ ବିବାହ ସମେତ ସମସ୍ତ ଶୁଭ କାର୍ଯ୍ୟ ବନ୍ଦ ହୋଇଥାଏ। ସେହିପରି ଚତୁର୍ମାସ ୧୨ ନଭେମ୍ବରରେ ଦେବଉଠନୀ ଏକାଦଶୀ ସହ ଶେଷ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଫେରିଥାନ୍ତି। ଆଉ ଏହାପରେ ଆରମ୍ଭ ହୋଇଥାଏ ଧାର୍ମିକ କାର୍ଯ୍ୟ। ସନାତନ ଧର୍ମରେ ଚତୁର୍ମାସର ସମୟ ବହୁତ ଧାର୍ମିକ ହୋଇଥାଏ। ଏହି ସମୟରେ କିଛି ଶୁଭ କାର୍ଯ୍ୟ ହୋଇନଥାଏ କିନ୍ତୁ ଏହି ଭଗବାନ ବିଷ୍ଣୁଙ୍କ ପୂଜା କରିବା ଉଚିତ୍। ଏଥିସହିତ ଭଜକ-କିର୍ତ୍ତନ ମଧ୍ୟ କରିବା ଦରକାର।
ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର