ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଆକ୍ଟିଭ ମୋଡ଼ରେ କଂଗ୍ରେସ । ଆଜି ଓଡିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଦିନ ୧୧ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ହେଲିକପ୍ଟରରେ ସତ୍ୟଭାମାପୁର ଯିବେ । ସେଠାରେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ସାଲେପୁର ଯାଇ ଜନସଭାକୁ ସମ୍ବୋଧିତ କରିବେ । ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ତାର ମୁଦ୍ଦାକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚୁଛି। କିଏ ଜିତିବ କିଏ ହାରିବ ତାହା ତ ସମୟ କହିବ, କିନ୍ତୁ କଂଗ୍ରେସ ବର୍ତ୍ତମାନ ଆକ୍ଟିଭ ମୋଡରେ ରହିଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ସମ୍ବଲପୁର ଭି ଏସ ଏସ ଷ୍ଟାଡିୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସକାଳୁ ଷ୍ଟାଡିୟମରେ କେନ୍ଦ୍ରମନ୍ତ୍ରୀ ପହଞ୍ଚିବା ସହିତ କ୍ରୀଡାବିତଙ୍କ ସହିତ ଆଲୋଚନା କରିବେ। ପରେ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ।
ସର୍ବପରେ ପଶ୍ଚିମ ଓଡିଶାର କ୍ରୀଡାବିତ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମ୍ବଲପୁର କ୍ରୀଡାବିତ ମାନଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ। ନିର୍ବାଚନୀ ସମୟରେ ସକାଳୁ କ୍ରୀଡାବିତ ମାନଙ୍କୁ ଭେଟି ଆଜି ଦିନର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ। ଗତକାଲି ସନ୍ଧ୍ୟାରେ ସରିଲା ନେତାଙ୍କ ଧୂଆଁଧାର ପ୍ରଚାର। ସୋମବାର ଭୋଟ୍ ଦେବେ 62 ଲକ୍ଷ 87 ହଜାର ଭୋଟର। ୭୩୦୩ ମତଦାନ କେନ୍ଦ୍ରରେ ସକାଳ 7ରୁ ଆରମ୍ଭ ହେବ ମତଦାନ।
ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ 4 ଲୋକସଭା ଓ 28 ବିଧାନସଭା ଆସନ ପାଇଁ ପ୍ରତିନିଧି ବାଛିବେ ମତଦାତା। 20-25 ଓ ଜୁନ୍ 1ରେ ଆଉ 3 ପର୍ଯ୍ୟାୟ ଭୋଟର ଦିନ ଧାର୍ଯ୍ୟ ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା । ଦଳର କ୍ୟାପଟେନ୍ ରିଷଭ ପନ୍ତ ଚଳିତ ଆଇପିଏଲର ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ବୋଲିଂ କାରଣରୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ସହ ରିଷଭ ପନ୍ତଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗିଛି । ସୂଚନା ଅନୁଯାୟୀ, ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ର ଉଲ୍ଲଙ୍ଘନ କରିଛନ୍ତି ରିଷଭ ।
ରାଜସ୍ଥାନ ବିପକ୍ଷ ମ୍ୟାଚରେ ବୋଲିଂ କରିବାକୁ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ନେଇଥିଲା ଦିଲ୍ଲୀ । ଚଳିତ ସିଜିନରେ ତୃତୀୟ ଥର ପାଇଁ ସ୍ଲୋ ବୋଲିଂ କରିଥିଲା ଦିଲ୍ଲୀ । ଯେଉଁଥିପାଇଁ ଦଳର ଅଧିନାୟକଙ୍କ ଉପରେ ନିଆଯାଇଛି ଆକ୍ସନ । ବର୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ପଂଚମ ସ୍ଥାନରେ ରହିଥିବା ବେଳେ ଦମଦାର ଫର୍ମରେ ଥିବା ରିଷଭ ଗୋଟିଏ ମ୍ୟାଚରୁ ସସପେଣ୍ଡ ହେବା ଦଳ ପାଇଁ ବଡ ଝଟକା ହୋଇଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର