ଏଥିରେ ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି, ଦୀପନ୍ୱିତ ଦାସ ମହାପାତ୍ର, ସମେତ ପ୍ରଯୋଜକ, ନିର୍ଦ୍ଦେଶକ, ସଙ୍ଗୀତକାର ଓ ଅନ୍ୟମାନେ ପ୍ରିମିୟରରେ ଉପସ୍ଥିତ ରହି ଅନୁଭୁତି ବର୍ଣ୍ଣନା ସହ ଦର୍ଶକଙ୍କ ମଧ୍ୟରେ ସାମିଲ ହେବେ ।
ପ୍ରଥମ ଓଡିଆ ଚଳଚ୍ଚିତ୍ର ଭାବରେ ଏହା ଯେପରି ଆଇଏମଡିବି ରେଟିଂରେ 9.7 ପାଇ ଆରଆରଆର, କେଜିଏଫ-2କୁ ପଛରେ ପକାଇଥିଲା ଏବେ ହିନ୍ଦୀରେ ମଧ୍ୟ ସେହିଭଳି କିଛି ରେକର୍ଡ କରିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ପଏଣ୍ଟ 8.3ରେ ପହଞ୍ଚିଛି ।
ସବୁଠୁ ବଡ କଥା ହେଉଛି ଦମନ ଏବେ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିବା ବଲିଉଡ ଷ୍ଟାର୍ ଶାହରୁଖଙ୍କ ପଠାନ୍ ସହ ଲଢିବ । ତେବେ ପଠାନ୍ କୁ ଦମନ୍ ଟକ୍କର ଦେଇ ପାରିବ କି ନାହିଁ ତାହା ସମୟ କହିବ ।
ଭୁବନେଶ୍ୱରରେ ବିଭିନ୍ନ ସିଙ୍ଗଲ୍ ଏବଂ ମଲ୍ଟିପ୍ଲେକ୍ସ ହଲ୍ ରେ 8ଟି ଶୋ ପ୍ରଦର୍ଶିତ ହେବ ବୋଲି କହିଛନ୍ତି ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା । ଏହି କାହାଣୀ ସାରା ଦେଶରେ ଦର୍ଶକଙ୍କ ହୃଦୟ ଛୁଇଁବ ବୋଲି ପୁରା ଟିମ୍ ଆସାବାଦୀ ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।