ପୁଣି ଥରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଦେଖିବାକୁ ମିଳିଛି। ଯାହାକୁ ଦେଖିଲେ ଆପଣଙ୍କ ଲୋମଟାଙ୍କୁରି ହୋଇଯିବ। ଭିଡିଓରେ ଆପର ଦେଖିପାରିବେ ଯେ,ଜଣେ ବ୍ୟକ୍ତି ଏକ ଛୁରୀ ସାହାଯ୍ୟରେ ଚକୋଲେଟକୁ କାଟୁଛନ୍ତି ଆଉ ଯେମିତି ଚକୋଲେଟ ଗୁଡ଼ିକ ଖଣ୍ଡ ଖଣ୍ଡ କରି ପ୍ଲେଟରେ ରଖିଲେ ପ୍ଲେଟରେ ଧଳା ପୋକ ଗୁଡ଼ିକ ସାଲୁବାଲୁ ହୋଇ ଦେଖାଗଲେ। ଏହି ଭିଡିଓକୁ ଝୁମର ଉରୁଗେ ନାମକ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। ତେବେ ଏହି ଭିଡିଓକୁ ପ୍ରାୟ ୧ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। କିଛି ଲୋକ ଏହି ଭିଡିଓକୁ ଫେକ କହୁଥିବାବେଳେ ଆଉ କେତେକ ଲୋକ ସତର୍କ ରହି ଚକୋଲେଟ ଖାଇବାକୁ ପରାମର୍ଶ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ଏହି ଚକୋଲେଟ ରାପର ପ୍ରଥମରୁ ହିଁ ଖୋଲାଥିଲା।
କିଛି ମାସ ତଳେ ଏକ ନାମୀଦାମୀ ଚକୋଲଟରୁ ଏଭଳି ପୋକ ବାହାରିଥିବା ଖବର ଆସିଥିଲା। ହାଇଦ୍ରାବାଦରେ ରବୀନ ଜାକ୍ୟୁସ ନାମକ ଜଣେ ବ୍ୟକ୍ତି ଚକୋଲେଟ୍ କିଣିଥିଲେ । ଆଉ ଚକୋଲେଟ ଜରି ଖୋଲିବା ପରେ ହଠାତ ଦେଖିଥିଲେ ସାଲୁବାଲୁ ହୋଇ କୃମିପୋକ ଗୁଡ଼ିକ ଚୋକୋଲେଟ ଉପରେ ଥିବା ଦେଖିଥିଲେ। ସେତେବଳେ ସୋସିଆଲ ମିଡିଆ ପ୍ଲାଟଫର୍ମ X କୁ ନେଇ ରବିନ୍ ଜାକ୍ୟୁସ୍ ଏକ ଭିଡିଓ ପୋଷ୍ଟ କରିଥିଲେ, ଯାହା ଖୁବ ଭାଇରାଲ୍ ହୋଇଥିଲା। ଜାକିସଙ୍କ ଏହି ପୋଷ୍ଟ ଶୀଘ୍ର ଭାଇରାଲ ହେବା ସହ ଯୁଜର୍ସମାନେ ଉକ୍ତ ଚକୋଲେଟ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର