ପାଣି ଅଭାବ ଯୋଗୁ ଛଟ ପଟ ହାଇଟେକ୍ ସିଟି ବେଙ୍ଗାଲୁରୁ । ଦିନକୁ ଦିନ ବଢ଼ି ଚାଲିଛି ଜଳ ସଙ୍କଟ । ଏଥି ଯୋଗୁ ବଞ୍ଚିବା ମୁସକିଲ ହୋଇଗଲାଣି । ଗାଧେଇବା ତ ଦୂରର କଥା ପିଇବା ପାଇଁ ମୁନ୍ଦାଏ ପାଣି ଲାଗି ଲୋକେ ନାହିଁ ନଥିବା ହାଇରଣ ହେଉଛନ୍ତି । ଜଳ ଅଭବା ଯୋଗୁ ଏଠି ଲୋକେ କମ୍ ପାଣି ବ୍ୟବହାର କରିବା ସହ ରିସାଇକ୍ଲିଂ ପଦ୍ଧତି ଆପଣାଇଛନ୍ତି । ଆଇଟି ସିଟି ହୋଇଥିବା ଯୋଗୁ ବେଙ୍ଗାଲୁରୁରେ ବଡ ସଂଖ୍ୟା ଦେଶର ଅନ୍ୟ ଅଞ୍ଚଳରୁ ଲୋକେ ଆସି ଏଠି କାମ କରୁଛନ୍ତି । ତେବେ ପାଣି ସମସ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ଯୋଗୁ ଲୋକେ ଏବେ ଓ୍ୱାର୍କ ଫ୍ରମ ହୋମ୍ କରିବାକୁ ବିଚାର କରୁଛନ୍ତି । ସେହିପରି କିଛି ଅଫିସର କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ ହୋମ ନୁହେଁ ସମ୍ପୂର୍ଣ୍ଣ ଘରକୁ ଫେରିଯିବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
ବେଙ୍ଗାଲୁରୁରେ ଜଳ ଯୋଗାଣ ମୁଖ୍ୟତଃ କାବେରୀ ନଦୀ ଏବଂ ଭୂତଳ ଜଳରୁ ଆସିଥାଏ । ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟଗୁଡିକରୁ ରିସାଇକ୍ଲିଂ ଜଳକୁ ଅଧିକାଂଶ ପାନୀୟ ଜଳ ପାଇଁ ବ୍ୟବହୃତ ହୁଏ । ତେବେ ଗତ କିଛି ଦିନ ହେବ ଏଠି ବର୍ଷା ଅଭାବରୁ ଜଳ ସ୍ତର ଢ଼େର ତଳକୁ ଖସି ଯାଇଛି । ବେଙ୍ଗାଲୁରୁକୁ ପ୍ରତିଦିନ ୨୬୦୦-୨୮୦୦ ମିଲିଅନ୍ ଲିଟର ଜଳ ଆବଶ୍ୟକ ପଡେ। କିନ୍ତୁ ବର୍ତ୍ତମାନ ଜଳ ଅଭାବ ଯୋଗୁ ଏହି ଆବଶ୍ୟକତା ମେଣ୍ଟାଇବା କଷ୍ଟ ହୋଇପଡିଛି ।