ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ଛଟ ପୂଜା ପାଇଁ ମଧ୍ୟ ଆଜି ସ୍କୁଲ, କଲେଜ ବନ୍ଦ ରହିଛି । ଆମ ରାଜ୍ୟରେ କଟକ, ଝାରସୁଗୁଡ଼ା ସହ ଅନ୍ୟ ସ୍ଥାନରେ ମଧ୍ୟ ଛଟ୍ ପୂଜା ପାଳନ ହେଉଛି । ଘରେ ଘରେ ପିଠାପଣା ହେବା ସହ ପୂଜା ସାମଗ୍ରୀ ଓ ଫଳ କିଣିବାକୁ ବଜାରରେ ମଧ୍ୟ ଭିଡ଼ ଦେଖିବାକୁ ମିଳୁଛି। ବ୍ରତଧାରୀ ଛଠୀ ମୈୟା ଓ ସୂର୍ଯ୍ୟ ଦେବଙ୍କୁ ଉପାସନା କରୁଛନ୍ତି । ପରମ୍ପରା ଅନୁସାରେ ଛଟ୍ ପୂଜାର ପ୍ରଥମ ଦିନରେ ନହାୟ ଖାୟ, ଦ୍ବିତୀୟ ଦିନ ଖରନା ପରେ ଗୁରୁତ୍ବପୂର୍ଣ୍ଣ ତୃତୀୟ ଦିନରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଏ । ଶେଷ ଦିନ ପ୍ରଭାତରୁ ସୂର୍ଯ୍ୟ ପୂଜା କରି ପର୍ବର ସମାପନ କରିଥାନ୍ତି ବ୍ରତଧାରୀ ।