NSE ବୃଲ୍ ର ପ୍ରତିମୂର୍ତ୍ତି ଶକ୍ତି ଓ ସ୍ଥିରତାକୁ ପ୍ରତିପାଦିତ କରେ । ଯାହା ଭାରତର ଅର୍ଥନୈତିକ ଅଭିବୃଦ୍ଧିର ଚାବିକାଠି । ଏହି ବୁଲ୍ ର ପ୍ରତ୍ୟେକ ଅଂଶ ଭାରତର ଦୃଢ ଆର୍ଥିକ ଇକୋସିଷ୍ଟମକୁ ସୂଚାଏ । ଭାରତର ବିଭିନ୍ନ ଶ୍ରେଣୀର ଲୋକ ଯେପରିକି, ସ୍କୁଲ ଯାଉଥିବା ଛାତ୍ରଟିଏ ହେଉ ବା ଗାଁର ମହିଳା ଏବଂ କାର୍ଯ୍ୟରତ ବ୍ୟକ୍ତିବିଶେଷ ସମସ୍ତଙ୍କ ପାଇଁ ଏହି ମୂର୍ତ୍ତିଟି ଆର୍ଥିକ ବିନିଯୋଗର ଏକତାକୁ ସୂଚାଏ ।
NSE ର ବୃଲ୍ ମୂର୍ତ୍ତି ଏବଂ କଫି ଟେବୁଲ୍ ବୁକ୍ ଭାରତର କ୍ୟାପିଟାଲ୍ ବଜାର ଯାତ୍ରାରେ ସାଙ୍କେତିକ ମାଇଲଖୁଣ୍ଟ ଭାବରେ ଛିଡା ହୋଇଛି । ଆଜି ଭାରତ ହେଉଛି ପଞ୍ଚମ ବୃହତ୍ତମ ଅର୍ଥନୀତି ଏବଂ ଚତୁର୍ଥ ବୃହତ୍ତମ ପୁଞ୍ଜି ବଜାର ହୋଇଥିବାବେଳେ ଅର୍ଡର ଏବଂ ଟ୍ରେଡ୍ ସଂଖ୍ୟା ଅନୁଯାୟୀ କାର୍ଯ୍ୟକଳାପ ଦ୍ୱାରା NSE ବିଶ୍ୱର ସର୍ବବୃହତ ଷ୍ଟକ୍ ଏକ୍ସଚେଞ୍ଜରେ ପରିଣତ ହୋଇଛି । ଏହି ସଫଳତା ବିଶ୍-ସ୍ତରୀୟ ଅନୁଷ୍ଠାନ ଗଠନ ତଥା ବଞ୍ଚାଇ ରଖିବା ପାଇଁ ଭାରତର ଦକ୍ଷତାର ଏକ ପ୍ରମାଣ ।