ଘର
ଭାରତ
ଆଜିଠୁ ସଂସଦରେ ଶୀତକାଳୀନ ଅଧିବେଶନ
ଆଜିଠୁ ସଂସଦରେ ଶୀତକାଳୀନ ଅଧିବେଶନ
by Banajyotshna Ray
ଅର୍ଗସ ବ୍ୟୁରୋ: ପ୍ରସ୍ତୁତ ସରକାର...ପ୍ରସ୍ତୁତ ବିରୋଧୀ । ଆଜିଠୁ ସଂସଦରେ ସରଗରମ ହେବ ଚର୍ଚ୍ଚା । ଶୀତକାଳୀନ ଅଧିବେଶନରେ ମୋଟ ୧୬ଟି ବିଲ୍ ଉପସ୍ଥାପନ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହାମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ଓ୍ବାକଫ -ସଂଶୋଧନ ବିଲ୍, ୱାନ ନେସନ ୱାନ ଇଲେକସନ ବିଲ ସହ ପଞ୍ଜାବ କୋର୍ଟ ବିଲ୍ , କୋଷ୍ଟାଲ ଓ ମର୍ଚ୍ଚାଣ୍ଟ ସିପିଂ ବିଲ୍, ଇଣ୍ଡିଆନ ପୋର୍ଟ୍ସ ବିଲ୍, ଭାରତୀୟ ବାୟୁଯାନ ବିଧେୟକ ରହିଛି । ଓ୍ବାକଫ ବିଲକୁ ବିଭିନ୍ନ ଦଳ ବିରୋଧ କରୁଥିବାରୁ ଏହାକୁ ନେଇ ଗୃହରେ ତାତି ଭରିବା ସମ୍ଭାବନା ରହିଛି ।
ସର୍ବଦଳୀୟ ବୈଠକରେ ମଣିପୁର, ଉତ୍ତର ଭାରତରେ ପ୍ରଦୂଷଣ ଓ ଟ୍ରେନ ଦୁର୍ଘଟଣା ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ଦାବି କରିଛନ୍ତି ବିରୋଧୀ । ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଶୀତ ଅଧିବେଶନରେ ମୋଟ 19ଟି କାର୍ଯ୍ୟଦିବସ ରହିଛି। ସର୍ବସମ୍ମତି କ୍ରମେ ସଂସଦର ମିଳିତ ଅଧିବେଶନ ସମ୍ବିଧାନ ଗୃହର କେନ୍ଦ୍ରୀୟ ହଲରେ ହେବ । ଗୃହକାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ପାଇଁ ଉଭୟ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।