ଏପଟେ ଳଡୁକୁ ନେଇ ଆନ୍ଧରପ୍ରଦେଶରେ ଦେଖାଦେଇଛି ରାଜନୈତିକ ଝଡ । ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଓ୍ୱାଇଏସ୍ ଜଗନ ମୋହନ ରେଡ୍ଡିଙ୍କୁ ଟାର୍ଗେଟ୍ କରିଛନ୍ତି । ଚନ୍ଦ୍ରବାବୁ ଅଭିଯୋଗ କରିଛନ୍ତି, ପୂର୍ବ YSRCP ଶାସନ କାଳରେ ତିରୁପତି ମନ୍ଦିରର ପ୍ରସାଦରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା। ଘିଅ ପରିବର୍ତ୍ତେ ଚର୍ବି ବ୍ୟବହାର କରାଯାଉଥିଲା। ଏହି ପ୍ରସାଦକୁ କୋଟି କୋଟି ଭକ୍ତଙ୍କୁ ପ୍ରସାଦ ଭାବେ ବଣ୍ଟନ କରାଯାଉଥିଲା। ତିରୁମାଲା ମନ୍ଦିରର ପବିତ୍ରତା ଏବଂ କୋଟି କୋଟି ହିନ୍ଦୁଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇଥିଲେ ପୂର୍ବ ସରକାର ବୋଲି କହିଛନ୍ତି ଚନ୍ଦ୍ରବାବୁ । ଚନ୍ଦ୍ରବାବୁଙ୍କ ଏହି ଅଭିଯୋଗ ପରେ ଆନ୍ଧ୍ର ପ୍ରଦେଶରେ ରାଜନୈତିକ କମ୍ପନ ସୃଷ୍ଟି ହୋଇଛି। ତେବେ ଏହି ମାମଲାରେ ସିବିଆଇ ଯାଞ୍ଚ ହେବା ଦରକାର ବୋଲି କୁହାଯାଉଛି।
ଅଧିକ ଦେଖନ୍ତୁ :