ଘର
ଭାରତ
ପୁଣି ଥରେ ବୋମା ଧମକ, ୮ଟି ସ୍କୁଲ୍କୁ ମିଳିଲା ଧମକ
ପୁଣି ଥରେ ବୋମା ଧମକ, ୮ଟି ସ୍କୁଲ୍କୁ ମିଳିଲା ଧମକ
by Jitendra Dash
Jaipur
| Mon, May 13 | 3:53 p.m.
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଜୟପୁରରେ ଆତଙ୍କ । ପୁଣି ଥରେ ବୋମା ଧମକ ଥର ହର ରାଜସ୍ଥାନର ଜୟପୁର । ଯାହାକୁ ନେଇ ସାରା ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ପୁଣି ଥରେ ବିମାନବନ୍ଦର ଏବଂ ଡାକ୍ତରଖାନା ଉପରେ ବୋମା ପକାଇବା ଧମକ ମିଳିଛି । ପିଙ୍କ୍ ସିଟିର ୮ଟି ସ୍କୁଲକୁ ସୋମବାର ବୋମା ଧମକ ମିଳିଛି ବୋଲି ଜାଣିବାକୁ ମିଳିଛି । ଧମକ ମିଳିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ପୋଲିସକୁ ସୂଚନା ଦେଇ ଛାତ୍ର ଓ କର୍ମଚାରୀଙ୍କୁ ସ୍କୁଲ୍ରୁ ବାହାରକୁ ସ୍ଥାନାନ୍ତର କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବୋମା ନିଷ୍କ୍ରିୟ କାର୍ଯ୍ୟରେ ଲାଗିପଡ଼ିଛି । ଘଟଣାସ୍ଥଳରେ ପୋଲିସ୍ ଏବ ବୋମା ନିଷ୍କ୍ରିୟକାରୀ ଟିମ୍ ସହ କୁକୁରକୁ ନେଇ ପହଞ୍ଚିଛି । ପୂର୍ବ ଜୟପୁରର ଡିସିପି କଭେନ୍ଦ୍ର ସାଗର କହିଛନ୍ତି, ମହେଶ୍ୱରୀ ବିଦ୍ୟାଳୟ ସମେତ ସହରର ଅନ୍ୟ କିଛି ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ ପଠାଯାଇଛି । ବର୍ତ୍ତମାନ ବୋମା ନିଷ୍କ୍ରିୟକାରୀ ଟିମ୍ ସ୍କୁଲରେ ପହଞ୍ଚି ଖୋଜାଖୋଜି କରୁଛି । ଇମେଲ ମାଧ୍ୟମରେ ଏହି ଧମକ ଦିଆଯାଇଥିଲା ଏବଂ ପ୍ରେରକଙ୍କୁ ଚିହ୍ନଟ କରିବାକୁ ଏକ ଟିମ୍ ଚେଷ୍ଟା କରୁଛି ବୋଲି ପୋଲିସ କହିଛି ।