ଏହାକୁ ନେଇ ଅଲେଖ ନାୟକଙ୍କ ତରଫରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। କହିଲେ ବିଶେଷଜ୍ଞ କମିଟି ଗଢ, ପଦକ୍ଷେପ ନିଅ। ମାମଲାରେ ୨୦୧୭, ଅଗଷ୍ଟ ୩୦ରେ କେନ୍ଦ୍ର ସରକାର ଜବାବ ଦାଖଲ କରିଥିବା ସମୟରେ ଓଡ଼ିଶା ସରକାର ଓ ଝାଡଖଣ୍ଡ ସରକାର ଏ ପର୍ଯ୍ୟନ୍ତ ଜବାବ ଦାଖଲ କରି ନାହାନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି କହିଛନ୍ତି ଯେ ଆବେଦନକାରୀ ଯେଉଁ ପ୍ରସଂଗ ନେଇ ଚିନ୍ତାପ୍ରକଟ କରିଛନ୍ତି ତାହା ଉପରେ ରାଜ୍ୟ ସରକାର ପଦକ୍ଷେପ ନେଇ ପାରିବେ।
ଏଥିପାଇଁ ଆବେଦନକାରୀଙ୍କ ରିଟ୍ ଆବେଦନକୁ ସ୍ମାରକପତ୍ର ଭାବେ ଗ୍ରହଣ କରାଯିବ। ଏହା ଉପରେ ରାଜ୍ୟ ସରକାର ବିଚାର କରି ନିଷ୍ପତ୍ତି ଗ୍ରହଣ କରିବେ। ଗ୍ରହଣ କରାଯିବାକୁ ଥିବା ନିଷ୍ପତ୍ତି ସଂକ୍ରାନ୍ତରେ ୮ ସପ୍ତାହ ଭିତରେ ଆବେଦନକାରୀଙ୍କୁ ଅବଗତ କରାଯିବ ବୋଲି ହାଇକୋର୍ଟ କହିବା ସହିତ ମାମଲାର ଶୁଣାଣିରେ ଅନ୍ତ ଘଟାଇଛନ୍ତି। ସୂଚନା ଅନୁସାରେ, ବ୍ରାହ୍ମଣୀ ନଦୀ ଝାଡଖଣ୍ଡ ରାଜ୍ୟର ଉପରମୁଣ୍ଡରେ ସାଉଥ କୋଏଲ ନଦୀ ଭାବେ ରାଞ୍ଚିର ନାଗରି ଗ୍ରାମରୁ ବାହାରିଛି। ଏହାର ମୁଖ୍ୟ ଶାଖା ନଦୀ ଗୁଡିକ ହେଲା ଶଙ୍ଖ, ଟିକ୍ରା ଓ କାରୋ।
ଓଡ଼ିଶାରେ ଏହା ପବିତ୍ର ବ୍ରାହ୍ମଣୀ ନଦୀ ଭାବେ ପ୍ରବାହିତ ହେଉଛି। ଖରସ୍ରୋତା ମଧ୍ୟ ଏଥିରୁ ବାହାରିଛି। ଝାଡଖଣ୍ଡ ସରକାର ଉପରମୁଣ୍ଡରେ ଏକାଧିକ ବ୍ୟାରେଜ ଓ ଡ୍ୟାମ ନିର୍ମାଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।