ଅର୍ଗସ ବ୍ୟୁରୋ : ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନିଷି ନିର୍ବାଚନୀ ସଭାରେ ଯୋଗଦେଇ ବିଜେଡି ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କଲେ ମୋଦି । କାଲି ମୁଁ ଅଯୋଧ୍ୟାରେ ଥିଲି, ରାମ ଲାଲାଙ୍କୁ ଦର୍ଶନ କରିଥିଲି । ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି । ପ୍ରଭୁ ରାମଲାଲାଙ୍କ ମନ୍ଦିର କିଏ କରିଛି ? ପ୍ରଭୁ ରାମଲାଲାଙ୍କ ମନ୍ଦିର ମୋଦି ନୁହେଁ, ଆପଣଙ୍କ ଭୋଟ ନିର୍ମାଣ କରିଛି । ଆପଣଙ୍କ ଭୋଟ ବଳରେ ରାମଲାଲାଙ୍କ ମନ୍ଦିର ନିର୍ମାଣ ହୋଇଛି । ରାମଲାଲାଙ୍କ ମନ୍ଦିର ନିର୍ମାଣ ପରେ ୫ଶହ ବର୍ଷର ଅପେକ୍ଷାର ଅନ୍ତ ।
ଅଧିକ ପଢନ୍ତୁ ରାଜନୀତି ଖବର
ଓଡ଼ିଶାରେ ଏଥର ୨ ଯଜ୍ଞ, ଏକା ସାଥିରେ ହେଉଛି । ଗୋଟିଏ ଯଜ୍ଞ କେନ୍ଦ୍ରରେ ତୃତୀୟବାର ସରକାର ପାଇଁ ହେଉଛି ।ଓଡ଼ିଶାରେ ବିଜେପି ନେତୃତ୍ବର ମଜବୁତ ରାଜ୍ୟ ସରକାର ପାଇଁ ହେଉଛି ।ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବାକୁ ଯାଉଛି । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପ ପତ୍ର ଘୋଷଣା ହୋଇଛି। ବିଜେପି ଯାହା କହେ, ତାହା କରି ଦେଖାଏ- ମୋଦି ।ଏଠାରେ ସରକାର ହେଲାପରେ ସମସ୍ତ ଘୋଷଣା କାର୍ଯ୍ୟକାରୀ ହେବ । ସମସ୍ତ ଘୋଷଣା କାର୍ଯ୍ୟକାରୀ କରିବା ମୋଦିର ଗ୍ୟାରେଣ୍ଟି ।
ଜୁନ୍ ୪ରେ ଓଡିଶାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍ ଲେଖାଯାଇଛି । ଜୁନ୍ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ । ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ।ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି । ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ଅତୀତ ହୋଇଛି । ଓଡ଼ିଶାରେ କେବଳ ବିଜେପି ଉଦିତ ସୂର୍ଯ୍ୟ ଭାବେ ଉଭା ହୋଇଛି। ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ଅଛି । ଓଡିଶାରେ ଭାଜପା ସରକାର ଦରକାର ।
ମେଡିକାଲରେ ଡାକ୍ତର ନାହାନ୍ତି, ପିଲା ଅଧାରୁ ପାଠ ଛାଡୁଛନ୍ତି । ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ, ପିଇବା ପାଣି ନାହିଁ । ମୋଦି ଓଡ଼ିଶାର ବିକାଶ ପାଇଁ ବଜେଟର ଅଭାବ ରଖିନାହାନ୍ତି । ୧୦ ବର୍ଷରେ ଉପା ସରକାର ଓଡ଼ିଶାକୁ ୧ ଲକ୍ଷ କୋଟି ଦେଇଥିଲେ। ମୋଦି ୧୦ ବର୍ଷରେ ଓଡ଼ିଶାକୁ ସାଢ଼େ ୩ ଲକ୍ଷ କୋଟିରୁ ଅଧିକ ଦେଇଛନ୍ତି । କେବଳ ପଇସା ପଠାଇଲେ ହେବ ନି, ଭଲ ସରକାର ହେବା ତ ଦରକାର । ବିଜେଡି ସରକାର କେନ୍ଦ୍ର ଯୋଜନାରେ ନିଜ ଷ୍ଟିକର ଲଗାଇ ଲୁଟୁଛି ।
ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁନି ।ବିଜେଡି ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରାଉନାହାନ୍ତି । ଲୋକଙ୍କୁ ଚିକିତ୍ସା ମିଳିନପାରିବାର ଦୋଷୀ ଏଠାର ବିଜେଡି ସରକାର ।ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେଲେ ଆୟୁଷ୍ମାନ ଯୋଜନା ଲାଗୁ। ୭୦ ବର୍ଷରୁ ଅଧିକ ବୟସ୍କଙ୍କ ଚିକିତ୍ସା ଖର୍ଚ୍ଚ ମାଗଣାରେ ହେବ । ତେଣୁ ଏଠାରେ ବିଜେପି ସରକାର ହେବା ବହୁତ ଜରୁରୀ ।