ମେହବୁବା ମୁଫତି ପୂର୍ବରୁ ମଧ୍ୟ ଅନନ୍ତନାଗ ଆସନରୁ ସାଂସଦ ରହିସାରିଛନ୍ତି । ତା ସହ ଜାମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ୍ ମଧ୍ୟ ଏହି ଆସନରୁ ସାଂସଦ ରହିସାରିଛନ୍ତି। ତେଣୁ ଏହି ଆସନରେ ଏଥର ଏକ ରୋଚକ ଲଢେଇ ଦେଖିବାକୁ ମିଳିପାରେ।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: କାଶ୍ମୀର ତିନୋଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ପିଡିପି । କାଶ୍ମୀରର ଅନନ୍ତନାଗ-ରଜୌରୀ, ଶ୍ରୀନଗର ଏବଂ ବାରାମୁଲା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ଅନନ୍ତନାଗ-ରଜୌରୀ ଆସନରୁ ଦଳର ମୁଖ୍ୟ ମେହବୁବା ମୁଫତିଙ୍କୁ ପ୍ରାର୍ଥୀ କରିଛି ପିଡିପି । ଯେଉଁଠି କି ସେ ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦଙ୍କ ସହ ମୁହାଁମୁହିଁ ହେବେ। ସେହିପରି ଶ୍ରୀନଗରରେ ଦଳ ଯୁବ ନେତା ମହମ୍ମଦ ୱହିଦ୍ ପାରା ଏବଂ ବାରାମୁଲା ଆସନରେ ଫୟାଜ୍ ମିରଙ୍କୁ ପ୍ରାର୍ଥୀ କରିଛି ।
ମେହବୁବା ମୁଫତି ପୂର୍ବରୁ ମଧ୍ୟ ଅନନ୍ତନାଗ ଆସନରୁ ସାଂସଦ ରହିସାରିଛନ୍ତି । ତା ସହ ଜାମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ୍ ମଧ୍ୟ ଏହି ଆସନରୁ ସାଂସଦ ରହିସାରିଛନ୍ତି। ତେଣୁ ଏହି ଆସନରେ ଏଥର ଏକ ରୋଚକ ଲଢେଇ ଦେଖିବାକୁ ମିଳିପାରେ।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ପୁରୀ : ଟିକେଟ୍ ଫେରାଇଲେ ସୁଚରିତା ମହାନ୍ତି । ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇଥିବା ସୂଚନା ରହିଛି । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ପଠାଇଛନ୍ତି ଇ-ମେଲ । ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇଥିବା AICCକୁ ଜଣାଛନ୍ତି । ବିନା ପାର୍ଟି ଫଣ୍ଡିଂରେ କ୍ୟାମ୍ପେନିଂ କରିବା ଏତେ ସହଜ ନୁହେଁ ବୋଲି ସେ କହିଛନ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର
ଲୋକସଭା ଅଧୀନ ୭ ବିଧାନସଭା ଆସନରେ ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି । ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲି ବୋଲି କହିଛନ୍ତି ସୁଚରିତା । ତେବେ ମେ ୨୫ରେ ତୃତୀୟ ପର୍ଯ୍ୟାୟରେ ହେବ ପୁରୀରେ ନିର୍ବାଚନ । ତୃତୀୟ ପର୍ଯ୍ୟାୟ ନାମାଙ୍କନର ଶେଷ ତାରିଖ ୬ ତାରିଖ ।
ଅର୍ଗସ ବ୍ୟୁରୋ : ଆଜି ଓଡିଶା ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ, ଜୟଶଙ୍କର । ଭୁବନେଶ୍ବରରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏଡିଟର୍ସ ମିଟ, ବୁଦ୍ଧିଜୀବୀ ସମ୍ମିଳନୀ ପର ସାମ୍ବାଦିକ ସମ୍ମିଳନୀ କରିବେ । ସେହିପରି ଆସନ୍ତାକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସୁଥିବା ସୂଚନା ରହିଛି । ଭୁବନେଶ୍ବରରେ ନଡ୍ଡାଙ୍କର ରହିଛି ଦଳୀୟ କାର୍ଯ୍ୟକ୍ରମ ।
ଅଧିକ ପଢନ୍ତୁ : ୫ରେ ପୁଣି ଓଡିଶା ଆସୁଛନ୍ତି ଜେପି ନଡ୍ଡା
ଆଗକୁ ନିର୍ବାଚନ ଥିବାବେଳେ କେନ୍ଦ୍ରୀୟ ନେତାଙ୍କ ତୋଫାନୀ ଓଡିଶା ଗସ୍ତ ଦେଖିବାକୁ ମିଳିଛି । ପ୍ରଥମେ ଅମିତ ଶାହ, ପରେ ଜେପି ନଡ୍ଡା , ପୁଣି ଏସ ଜୟଶଙ୍କର ଓ ପୁଣି ନଡ୍ଡା ଆସୁଥିବା ସୂଚନା ରହିଛି । ଓଡିଶାରେ ନିର୍ବାଚନର ରଣକ୍ଷେତ୍ରକୁ ପ୍ରସ୍ତୁତ କରିବା ପାଇଁ ରାଜ୍ୟରେ କେନ୍ଦ୍ରୀୟ ନେତାଙ୍କ ଆଗମନ ଓଡିଶାର ମାହୋଲକୁ ଆଙୁରି ସରଗରମ କରିଛି ।
ଅର୍ଗସ ବ୍ୟୁରୋ : 14ରେ ବାରାଣସୀ ଆସନରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ଆସନ୍ତା 13 ତାରିଖରେ ବିଶାଳ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିବେ ମୋଦି । ବାରାଣସୀରେ ଲୋକସଭା ଆସନରେ ଜୁନ 1ରେ ନିର୍ବାଚନ ହେବାକୁ ଯାଉଥିବାବେଳେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ବାରାଣସୀରୁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି ।
ଅଧିକ ପଢନ୍ତୁ : ଆଜି ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ପ୍ରଚାର
2014ରେ ପ୍ରଥମ ଥର ପାଇଁ ମୋଦି ବାରାଣସୀ ଆସନରୁ ନିର୍ବାଚନ ଲଢ଼ିଥିଲେ ।