ଲାଲ ତରଭୁଜ ଠାରୁ ୨ଗୁଣା ଲାଭଦାୟକ ହଳଦିଆ ତରଭୁଜ
କୁହାଯାଇଥାଏ ଯେ ତରଭୁଜର ଚାଷ ସର୍ବ ପ୍ରଥମେ ଆଫ୍ରୀକାରେ କରାଯାଇଥିଲା। ସେହିପରି ହଜାର ବର୍ଷ ପୂର୍ବେ ଏହାର ମଞ୍ଜି ମିଳିଥିଲା। ଯଦି ଭାରତରେ ତରଭୁଜ କଥା କହିବା ତେବେ ମୁଗଲ ଶାସକ ଏହି ମିଠାଳିଆ ଫଳକୁ ଭାରତ ଆଣିଥିଲେ। ଯଦି ସ୍ୱାଦ କଥା କହିବା ତେବେ ହଳଦିଆ ତରଭୁଜ ମଧ୍ୟ ଲାଲ ତରଭୁଜ ପରି ମିଠା ହୋଇଥାଏ। କିନ୍ତୁ ଯଦି ହିତକାରୀ କଥା କହିବା ତେବେ ଲାଲ ତରଭୁଜ ଠୁ ହଳଦିଆ ତରଭୁଜ ୨ ଗୁଣା ଲାଭଦାୟକ। ତରଭୁଜ ରଙ୍ଗରେ ଲାଇକୋପୀନ ନାମକ କେମିକାଲ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ। ତେବେ ଏହି କେମିକାଲ ଲାଲ ତରଭୁଜରେ ମିଳିଥାଏ । କିନ୍ତୁ ହଳଦିଆ ତରଭୁଜରେ ଏହା ମିଳିନଥାଏ। ଏହି କେମିକାଲ ତରଭୁଜର ରଙ୍ଗକୁ ପରିବର୍ତ୍ତନ କରିଦେଇଥାଏ । ହଳଦିଆ ତରଭୁଜ ଲାଲ ତରଭୁଚଜ ଅପେକ୍ଷା ଅଧିକ ମିଠା ହୋଇଥାଏ । ଏହାର ତୁଳନା ମହୁ ସହିତ କରାଯାଇଥାଏ।
ହଳଦିଆ ତରଭୁଜରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ବିଟା କୈରୋଟିନ୍ ରହିଥାଏ
ତିନି ବର୍ଷ ପୂର୍ବରୁ କର୍ଣ୍ଣାଟକର କୃଷକ ହଳଦିଆ ତରଭୁଜର ଚାଷ କରିଥିଲେ। ହଳଦିଆ ତରଭୁଜରେ ଭିଟାମିନ A ଏବଂ C ପ୍ରଚୁର ମାତ୍ରାରେ ମିଳିଥାଏ। ହଳଦିଆ ତରଭୁଜରେ ଲାଲ ତରଭୁଜ ଠାରୁ ଅଧିକ ଆଣ୍ଟିଅକ୍ସିଡେଣ୍ଟ ଏବଂ ବିଟା କୈରୋଟିନ୍ ମିଳିଥାଏ। ବିଟା କୈରୋଟିନ୍ କ୍ୟାନ୍ସର ରୁ ରକ୍ଷା କରିଥାଏ। ଏବଂ ଆଖିକୁ ଠିକ୍ ରଖିଥାଏ। ତେବେ ଏହି ବିଟାକୈରୋଟିନ୍ କମଳା ଏବଂ ହଳଦିଆ ପନିପରିବାରେ ମିଳିଥାଏ । ଏଥିରେ କ୍ୟାଲୋରୀ କମ ଥାଏ। ଯଦି ଆପଣଙ୍କୁ ଓଜନ କମ କରିବାକୁ ଇଛା ତେବେ ଆପଣ ଆପଣଙ୍କ ଡାଏଟ୍ସରେ ହଳଦିଆ ତରଭୁଜକୁ ସାମିଲ କରନ୍ତୁ।
ଅଧିକ ପଢନ୍ତୁ ଭାରତ ଖବର